HEADLINES 12PM
ଭୁବନେଶ୍ୱର: ଆମରଣ ଅନଶନରେ ବସିଲେ ଯାତ୍ରା କଳାକାର । ୧୨ ଦଫା ଦାବି ନେଇ ଲୋୟର ପିଏମଜିରେ ଧାରଣାରେ ବସିଲେ ଯାତ୍ରା କଳାକାର। ୨ ହଜାର ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ ପାଇଁ ଅନୁମତି ଦେବାକୁ ସେମାନେ ଦାବି ରଖିଛନ୍ତି । ୨୩ ତାରିଖ ସୁଦ୍ଧା ସରକାର ଦାବି ପୂରଣ ନ କଲେ ୨୪ ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲାରେ କଳାକାରମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦିଆଯାଇଛି।
ଶିକ୍ଷାନୁଷ୍ଠାନଠାରୁ ଧର୍ମାନୁଷ୍ଠାନ ପର୍ଯ୍ୟନ୍ତ ସବୁ ଖୋଲିଯାଇଥିବାରୁ ଯାତ୍ରା କଳାକାରଙ୍କୁ ମଞ୍ଚକୁ ଫେରାଇ ଆଣିବାର ଦାବି ରଖିଛନ୍ତି କଳାକାର। ପୂର୍ବରୁ ୫ଶହ ଦର୍ଶକଙ୍କୁ ନେଇ ଯାତ୍ରା ଅନୁମତି ଦିଆଯାଇଥିଲା। ହେଲେ ଅତି କମରେ ୨ ହଜାର ଦର୍ଶକଙ୍କୁ ନେଇ ଯାତ୍ରା କରିବାକୁ ଦାବି ରଖିଛି ସଂଘ।