କେବଳ ଜଗମୋହନ, ନାଟମଣ୍ଡପ ଓ ଭୋଗମଣ୍ଡପର ଲେଜର ସ୍କାନିଂ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଲେଜର ସ୍କାନିଂ ପାଇଁ ସେବାୟତ ମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ରୂପାଦ୍ୱାର ଗୋଟିଏ ପରେ ଗୋଟିଏ କରାଯିବ। ଏଥିପାଇଁ ସେବାୟତ ମାନଙ୍କ ସହଯୋଗରେ ଏହି କାର୍ଯ୍ୟ କରାଯିବ । ଗତକାଲି ରୂପା ଦୁଆର ଛାଉଣୀ ପାଇଁ ଏଏସ୍ଆଇ ଡିଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଥିଲେ । ପ୍ରାଥମିକ ଭାବେ ଚାରୋଟି ଦୁଆରକୁ ରୂପା ଛାଉଣୀ କରାଯିବ।
ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ହେବ ଏଏସଆଇର ଗର୍ଭଗୃହ ଯାଞ୍ଚ
ପୁରୀ: ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ହେବ ଏଏସଆଇର ଗର୍ଭଗୃହ ଯାଞ୍ଚ । ଏଥିପାଇଁ ଚାଲିଛି ଭାରାବନ୍ଧା । ସେପଟେ ଏଏସଆଇର ଵୈଷୟିକ କମିଟି ଦ୍ୱାରା ଗର୍ଭଗୃହ, ଜଗମୋହନ, ନାଟମଣ୍ଡପ ଅନୁଧ୍ୟାନ କରାଯାଇ ମରାମତି ଓ ସଂରକ୍ଷଣ କାର୍ଯ୍ୟ କରାଯିବ। ଲେଜର ସ୍କାନିଂ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେଇଛି । କିନ୍ତୁ ଗର୍ଭଗୃହର କରାଯିବ ନାହିଁ ଲେଜର ସ୍କାନିଂ।
Download Argus News App
