ଏନେଇ ଗାଁ ଲୋକ ବନ ବିଭାଗକୁ ଖବର ଦେବା ପରେ ଭାଲୁକୁ ଉଦ୍ଧାର କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି । ଭାଲୁକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି । ଦିନକୁ ଦିନ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ଛାଡି ଭାଲୁ ଗାଁ ମୁହାଁ ହେଉଥିବାରୁ ଏଭଳି ଘଟଣା ଦେଖିବାକୁ ମିଳୁଛି ।
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଦେଉଳା ଗାଁର ଏକ ପରିତକ୍ତ ଶୁଖିଲା କୂଅରେ ପଡିଛି ଭାଲୁ । ଗାଁର ବିଭିଷଣ ମାଳିଙ୍କ ପରିବା ବାଡ଼ ପଛରେ ଥିବା ଶୁଖିଲା କୂଅରେ ଭାଲୁଟି ପଡିଯାଇଛି ।