ଏହା ସହ ଗୁଣାତ୍ମକ ଶିକ୍ଷାଦାନ କ୍ଷେତ୍ରରେ ବଡ ଅନ୍ତରାୟ ସୃଷ୍ଟି କରିଥିବାରୁ ସଂଘ ଏହାକୁ ଦୃଢ଼ ବିରୋଧ କରିଛି। ଆଜିର ସମାବେଶରେ ବହୁ ଶିକ୍ଷକ ନେତୃବୃନ୍ଦ ସେମାନଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବକୁ ମଧ୍ୟ ବିଷୋଦଗାର କରାଯାଇଥିଲା। ରାଜ୍ୟରେ ବିଏଡ଼୍ ଶିକ୍ଷକ ସଂଗଠନକୁ ବୃହତ ଓ ମଜଭୁତ କରିବାପାଇଁ ମଧ୍ୟ ବୈଠକରେ ସର୍ବସମ୍ମତିକ୍ରମେ ରାଜ୍ୟସ୍ତରୀୟ ଆଡ଼ହକ କମିଟିରେ କାର୍ଯ୍ୟକର୍ତ୍ତା ମନୋନୟନ କରାଯାଇଥିଲା।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ରାଜ୍ୟରେ ଦୁର୍ବଳ ଶିକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲା ବିଏଡ୍ ସଂଘ

ଅର୍ଗସ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ବରାହଟିପୁରା ଶ୍ରୀ ନୀଳକଣ୍ଠେଶ୍ୱର ହାଇସ୍କୁଲ ପ୍ରାଙ୍ଗଣରେ ରାଜ୍ୟସ୍ତରୀୟ ଏଲିମେଣ୍ଟାରୀ ବିଏଡ଼୍ ଶିକ୍ଷକ ସମ୍ମିଳିତ ସମାବେଶରେ ସଂଘର ଚାଣକ୍ୟ ଷଷ୍ଠ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଦୁର୍ବଳ ଓ ଦିଗହରା ଶିକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନ ଉଠାଇବା ସହ ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ମୁରବି ବିହୀନ ଶିକ୍ଷା ବ୍ୟବସ୍ଥା ଯୋଗୁଁ କୋମଳମତି ଛାତ୍ରଛାତ୍ରୀଙ୍କ ଭାଗ୍ୟ ଭବିଷ୍ୟତ ଅନ୍ଧକାର ହେବାକୁ ଯାଉଛି।
Download Argus News App
