ଅର୍ଗସ ବ୍ୟୁରୋ: ବଲିଉଡରେ ଜଣକ ପରେ ଜଣଙ୍କର ମ୍ୟାରେଜ। ପ୍ରଥମେ କ୍ୟାଟ୍ରିନା କୈଫ ଏବଂ ବିକି କୌଶଲ ବିବାହ କରିଥିଲେ। ଏମାନଙ୍କ ପରେ ସୁନୀଲ ସେଟ୍ଟୀଙ୍କ ଏକମାତ୍ର କନ୍ୟା ଆଥୀୟା ସେଟ୍ଟୀ ଇଣ୍ଡିଆନ କ୍ରିକେଟର କେ.ଏଲ ରାହୁଲଙ୍କୁ ବିବାହ କରିଥିଲେ। ତେବେ ବଲିଉଡ ସେଲିବ୍ରିଟି ମାନେ ନିଜର ବିବାହକୁ ଏକଦମ ସିକ୍ରେଟଲି କରିବାକୁ ଚାହୁଁଛନ୍ତି। ଆଉ ସମସ୍ତଙ୍କର ପ୍ରାୟତଃ ପସନ୍ଦ ରହୁଛି ରାଜସ୍ଥାନର ଉଦୟପୁର ଏବଂ ଜୟପୁରରେ ଥିବା ସୁନ୍ଦର ସୁନ୍ଦର ପ୍ୟାଲେସରେ ନିଜର ମ୍ୟାରେଜ କରିବା।
ଆଜି ଆମେ କହୁଛୁ ମୋଷ୍ଟ ପପୁଲାର କପଲ ପରିଣୀତି ଚୋପ୍ରା ଏବଂ ରାଘବ ଚଡ୍ଡାଙ୍କ କଥା। ରବିବାର ରାଜସ୍ଥାନ ଉଦୟପୁରରେ ହେବ ଚଳିତବର୍ଷର ବହୁ ଚର୍ଚ୍ଚିତ ବାହାଘର ।ଏହି ବିବାହରେ ରହିଛି ଅନେକ ଥିମ ଏବଂ ନିୟମ। କାହିଁକିନା ଫଟୋ କିମ୍ବା ଭିଡିଓ ବାହାରେ ଲିକ ନ ହେବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। ମ୍ୟାରେଜ ଫଙ୍କସନରେ ଯୋଗ ଦେଉଥିବା ଅତିଥିମାନଙ୍କ ମୋବାଇଲ ଫୋନ ଉଭୟ ପ୍ରବେଶ ଏବଂ ବାହାରକୁ ଯିବାବେଳେ ଯାଞ୍ଚ କରାଯିବ। ଏଥିପାଇଁ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ହୋଟେଲରେ ଏଣ୍ଟ୍ରି କରୁଥିବା ଲୋକଙ୍କ ମୋବାଇଲ କ୍ୟାମେରାରେ ଏକ ବ୍ଲ୍ୟୁ ଟେପ ଲଗାଯିବ। ବିବାହରେ କୌଣସି ଭିଡିଓ ଫଟୋଗ୍ରାଫି କରିପାରିବେ ନାହିଁ।
ରାଜନେତା ରାଘବ ଚଡ୍ଡାଙ୍କ ହାତ ଧରିବେ ଅଭିନେତ୍ରୀ ପରିଣୀତି ଚୋପ୍ରା । ଡେଷ୍ଟିନେସନ ୱେଡିଂ ପାଇଁ ରାଜସ୍ଥାନ ଉଦୟପୁରକୁ ବାଛିଛନ୍ତି ଦୁହେଁ। ଶୁକ୍ରବାରଠୁ ଏଠାରେ ବରକନ୍ୟାଙ୍କ ସମେତ ଅତିଥି ପହଞ୍ଚିଲେଣି । ଉଦୟପୁର ବିମାନବନ୍ଦରରେ ଯେତେବେଳେ ରାଘବ ପହଞ୍ଚିଥିଲେ ସେତେବେଳେ ତାଙ୍କୁ ଚିହ୍ନିବା ମୁସ୍କିଲ ହୋଇପଡିଥିଲା । ପ୍ରାୟତଃ ନେତା ପୋଷାକ ପରିଧାନରେ ରାଘବଙ୍କୁ ଦେଖିବାକୁ ମିଳେ କିନ୍ତୁ ଆଜି କିଛି ଏଭଳି ଅନ୍ଦାଜରେ ସେ ନଜର ଆସିଥିଲେ । ଜିନ୍ସ ସହ କଳା ଟି-ସର୍ଟରେ ରାଘକଙ୍କ ଲୁକ ବେଶ ପସନ୍ଦ କରୁଛନ୍ତି ଫ୍ୟାନମାନେ। ପଛକୁ ପଛ ବିମାନବନ୍ଦରରେ ପହଞ୍ଚିଥିଲେ ପରୀଣୀତି । ଏଠାରେ ଉଭୟଙ୍କୁ ଜୋରଦାର ସ୍ୱାଗତ ମିଳିଥିଲା । ଦିଲ୍ଲୀରେ ଅନ୍ୟାନ୍ୟ କାମ ଶେଷ କରି ଉଦୟପୁରରେ ଉଭୟଙ୍କ ପରିବାର ଓ ହାତଗଣତି କିଛି ଅତିଥି ପହଞ୍ଚିଛନ୍ତି।
ଆଜିଠୁ ୩ଦିନ ଧରି ଚାଲିବ ବାହାଘର କାର୍ଯ୍ୟକ୍ରମ । ପରେ ଦିଲ୍ଲୀରେ ହେବ ଗ୍ରାଣ୍ଡ ରିସେପସନ ପାର୍ଟି । କିଛି ଦିନ ପୂର୍ବରୁ ରାଘବ ଓ ପରିଣୀତିଙ୍କ ପ୍ରେମ ସମ୍ପର୍କ କଥା ସାମ୍ନାକୁ ଆସିଥିଲା । ଏହା ପରେ ଉଭୟ ୩ମାସ ପୂର୍ବରୁ ନିର୍ବନ୍ଧ କରି ନିଜ ସମ୍ପର୍କକୁ ସ୍ବୀକୃତି ଦେଇଥିଲେ । ଆଉ ଏବେ ବିବାହ କରି ସାତଜନ୍ମ ପାଇଁ ସାଥୀ ପାଲଟିବେ ରାଘବ ଓ ପରିଣୀତି।
ଆହୁରି ପଢ଼ନ୍ତୁ ମନୋରଞ୍ଜନ ଖବର...