ଏହି ଆୟୁର୍ବେଦିକ ଚିକିତ୍ସାଳୟ ଉପରେ ୩/୪ଟି ଗ୍ରାମପଞ୍ଚାୟତ ଲୋକେ ନିର୍ଭର କରୁଥିବା ବେଳେ ଏଠାକୁ ନିୟମିତ ଡାକ୍ତର ଆସୁ ନ ଥିବାରୁ ଲୋକେ ହନ୍ତସନ୍ତ ହୋଇ ଖର୍ଚ୍ଚାନ୍ତ ହୋଇ ଚିକିତ୍ସା ନିମନ୍ତେ ଖୋର୍ଦ୍ଧା ମେଡିକାଲ କୁ ଯାଇଥାନ୍ତି। ଆୟୁର୍ବେଦିକ ଚିକିତ୍ସାଳୟରେ ଡାକ୍ତର ଆସୁନଥିବାରୁ ସ୍ଥାନୀୟ ଲୋକେ ଏହି ଚିକିତ୍ସାଳୟକୁ ବନ୍ଦ କରି ଏଠାରେ ଜଣେ ଏଲୋପାଥିକ ଡାକ୍ତର ନିଯୁକ୍ତି କରିବାକୁ ଦାବି କରିଛନ୍ତି। ସ୍ଥାନୀୟ ଲୋକେ ଏହି ହସପିଟାଲ ସଂମ୍ପର୍କେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ କେହି ଦୃଷ୍ଟି ଦେଉ ନଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଭୁବନେଶ୍ୱର ସଂସଦ ଅପରାଜିତା ଷଡ଼ଙ୍ଗୀ ଏକ ଜନସଂମ୍ପର୍କ କାର୍ଯ୍ୟକ୍ରମରେ ଗୋଳବାଇ ଶାସନ ଗ୍ରାମପଞ୍ଚାୟତ ରେ ଯୋଗଦେଇ ଲୋକଙ୍କ ସହିତ ଆଲୋଚନା କରିଥିଲେ ଏବଂ ଗୋଳବାଇ ଶାସନ ଗ୍ରାମପଞ୍ଚାୟତ ଥିବା ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ। ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟକୁ ଦୈନିକ ଡାକ୍ତର ଆସୁନଥିବା ଏବଂ ବନ୍ଦ ରହୁଥିବା ଜାଣିବା ପରେ ନିଜେ ଲୋକଙ୍କ ସହିତ ଆୟୁର୍ବେଦିକ ଚିକିତ୍ସାଳୟ ନିକଟକୁ ଯାଇ ଦେଖିଥିଲେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ କରୁଛି କଣ ଉପରେ ପ୍ରଶ୍ନ କରିଥିଲେ। ଆୟୁର୍ବେଦିକ ଚିକିତ୍ସାଳୟ ନିୟମିତ ଖୋଲିବା ଏବଂ ଡାକ୍ତର ଆସି ନିୟମିତ ରୋଗୀ ସେବା କରିବା ନେଇ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ଯଥାଶୀଘ୍ର ଏହାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
ରାଜ୍ୟ ସରକାରଙ୍କ କେବେ ଦୃଷ୍ଟି ପଡିବ ଏହି ଆୟୁର୍ବେଦିକ ଚିକିତ୍ସାଳୟ ଉପରେ?ଏହି ଆୟୁର୍ବେଦିକ ମେଡିକାଲ କୁ କେବେ ନିୟମିତ ଡାକ୍ତର ଆସିବେ କେବେ ସ୍ଥାନୀୟ ଅଂଚଳର ଲୋକେ ସ୍ୱାସ୍ଥ୍ୟ ସେବା ପାଇବେ ତା ଉପରେ ରହିବ ଆମରି ନଜର।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।