ବିଶେଷ କରି ଆବାସ ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପୋଲ୍ ଖୋଲିଛନ୍ତି ଗିରିରାଜ । ୟୁପିଏ ସରକାର ସମୟରେ ମାତ୍ର ୧୦ ଲକ୍ଷ ଘର ଓଡ଼ିଶାକୁ ମିଳିଥିବା ବେଳେ ମୋଦି ସରକାର ଆସିବା ପରେ ପାଖାପାଖି ୨୮ ଲକ୍ଷ ଘର ଓଡ଼ିଶାକୁ ଦିଆଯାଇଛି । କିନ୍ତୁ ଓଡ଼ିଶା ସରକାର ଭାଇ-ଭତିଜାବାଦ ପାଇଁ କେନ୍ଦ୍ର ଦେଉଥିବା ଅର୍ଥ ଖର୍ଚ୍ଚ କରିପାରୁନାହିଁ । ମୋଦି ସରକାରରରେ ଓଡ଼ିଶାକୁ ପାଖାପାଖି ୧ ଲକ୍ଷ ୨୫ ହଜାର କୋଟିରୁ ଅଧିକ ଟଙ୍କା ମିଳି ସାରିଛି । ଭ୍ରଷ୍ଟାଚାରରେ ବୁଡ଼ିଥିବା ରାଜ୍ୟ ସରକାର ଗରିବଙ୍କ ପ୍ରତି ଆଖି ବୁଜି ଦେଇଥିବା କହିଛନ୍ତି ଗିରିରାଜ । ସେହିପରି ପାରଦର୍ଶିତା ଓ ସ୍ବଚ୍ଛତା ନ ଆଣିଲେ ରାଜ୍ୟ ସରକାରଙ୍କ ବିରୋଧରେ ଆକ୍ସନ ନେବାକୁ ମଧ୍ୟ ଖୋଲା ଚେତାବନୀ ଶୁଣାଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବନୁଥିବା ଘରେ ବିଜୁ ପକ୍କାଘର ଲୋଗୋ ମରା ହେବା ନେଇ ମଧ୍ୟ କମ୍ପମାନ ହୋଇଛନ୍ତି ଗିରିରାଜ ।
ସେହିପରି ତଥ୍ୟ ପ୍ରମାଣ ସହ କେନ୍ଦ୍ର ଦେଇଥିବା ଅର୍ଥର ହିସାବ ଦେଇ ରାଜ୍ୟ ସରକାର କେବଳ ନିଜ ଦୋଷ, ଦୁର୍ବଳତା ଲୁଚାଇବା ପାଇଁ କେନ୍ଦ୍ର ଅବହେଳା କଥା ଉଠାଉଛନ୍ତି ବୋଲି କହିଛନ୍ତି ଗିରିରାଜ । ଏପିରିକି ଖାତାପତ୍ର ଧରି ରାଜ୍ୟ ସରକାରଙ୍କୁ ଅବହେଳା କେମିତି ହୋଇଛି ବୋଲି ହିସାବ ଦେବାକୁ ଓପନ୍ ଚ୍ୟାଲେଞ୍ଜ ଦେଇଛନ୍ତି । ଓଡ଼ିଶାରେ ଅଫିସର ଶାସନ ଚାଲିଥିବା କହି ମଧ୍ୟ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଗିରିରାଜ । ମନ୍ତ୍ରୀମାନଙ୍କର କୌଣସି ଗୁରୁତ୍ବ ନାହିଁ । ବ୍ୟୁରୋକ୍ରାଟ ଓ କଲେକ୍ଟରମାନେ ହିଁ ସରକାର ଚଳାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ମୋଟାମୋଟି ଯେଉଁ ଆବାସକୁ ନେଇ ବିଜେଡି ଇସ୍ୟୁ ବନାଇବାର ପ୍ରୟାସ କରିଥିବା, ବିଜୁ ପକ୍କାଘର ଲୋଗୋ ଲଗାଇବାର ଧ୍ରୁଷ୍ଟତା କରିଥିଲା, ସେସବୁର ପୋଲ୍ ଖୋଲିଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ।
ଅଧିକ ପଢନ୍ତୁ ଓଡ଼ିଶା ଖବର