ଟିଟିଲାଗଡ: ଟିଟିଲାଗଡରେ ହୋଇଥିବା ଦୁଷ୍କର୍ମ ଅଭିଯୋଗକୁ ନେଇ ବିଜେପି ପ୍ରତିନିଧି ଦଳ ଥାନାରେ ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ, ଟିଟିଲାଗଡରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଟିଟଲାଗଡ ହସ୍ପିଟାଲ ନିକଟରେ ଥିବା ଆହାର କେନ୍ଦ୍ର କର୍ମଚାରୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ହୋଇଛି। ନାବାଳିକା ଜଣକ ଗର୍ଭବତୀ ଥିବା ଜଣାପଡିଛି ।
4 ମାସ ପୂର୍ବରୁ ଭାଇକୁ ଚିକିତ୍ସା ପାଇଁ ହସ୍ପିଟାଲ ଆଣିଥିବା ବେଳେ ଅଘଟଣ ଘଟିଥିଲା । ନ୍ୟାୟ ପାଇଁ ଉପଜିଲ୍ଲାପାଲଙ୍କ ଭିନ୍ନକ୍ଷମ ନାବାଳିକା ଦ୍ୱାରସ୍ଥ ହୋଇଛନ୍ତି। ତେବେ ଏବେସୁଦ୍ଧା ଏହି ଘଟଣାରେ ପୋଲିସ କୌଣସି ପଦକ୍ଷେପ ନେଇନାହିଁ। ତେବେ ଏହାକୁ ନେଇ ବିଜେପି ପ୍ରତିନିଧି ଦଳ ଥାନାରେ ମାମଲା ରୁଜୁ କରିଛନ୍ତି।
ରାଜ୍ୟରେ ନାବାଳିକାଙ୍କ ପ୍ରତି ହେଉଥିବା ନିର୍ଯାତନା ଓ ଦୁଷ୍କର୍ମ ଘଟଣା ସଙ୍ଗୀନ । ଦେଶରେ ନାବାଳିକାଙ୍କ ବିରୋଧରେ ହେଉଥିବା ନିର୍ଯାତନା ହାର 8.1 ପ୍ରତିଶତ ଥିଲା ବେଳେ ଓଡ଼ିଶାରେ ଏହା 13.7 ପ୍ରତିଶତ। ଏନସିଆରବି ରିପୋର୍ଟ ଅନୁସାରେ 2018 ମସିହାରେ 37 ଟି ନାବାଳିକା ଦୁଷ୍କର୍ମ ମାମଲା ରୁଜୁ ହୋଇଛି।