ସେପଟେ ଯଦି ତଥ୍ୟ ଉପରେ ନଜର ପକାଇବା ତେବେ, ମହିଳା ନିର୍ଯାତନାରେ ରେକର୍ଡ ଭାଙ୍ଗୁଛି ଓଡ଼ିଶା । ନ୍ୟାସନାଲ୍ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ କହୁଛି ମହିଳାଙ୍କ ଉପରେ ଆକ୍ରମଣରେ ଦେଶରେ 1 ନମ୍ବର ଓଡ଼ିଶା । ମହିଳା ନିର୍ଯାତନା ବୃଦ୍ଧି ହାରରେ ଦେଶରେ 2 ନମ୍ବର ଓଡ଼ିଶା। ବିଡମ୍ବନାର କଥା ହେଉଛି ନାରୀ ନିର୍ଯାତନାରେ ଦଣ୍ଡବିଧାନ ହାର ମାତ୍ର 9.2 ପ୍ରତିଶତ। ଯାହାକୁ ନେଇ ସାଧାରଣ ଜନତାଙ୍କ ପ୍ରଶ୍ନ କାହିଁକି ରାଜ୍ୟରେ ଖସିଯାଉଛନ୍ତି ଅପରାଧୀ? କାହିଁକି ମିଳୁନାହିଁ ଦଣ୍ଡ? ଶାସକ ଦଳର ସୁରକ୍ଷାରେ ଅଛନ୍ତି କି ଅଭିଯୁକ୍ତ?
ଜୟପୁର ବ୍ରାହ୍ମଣୀ ଗାଁ ଦୁଷ୍କର୍ମ ମାମଲାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

ଅର୍ଗସ ବ୍ୟୁରୋ: ଜୟପୁର ବ୍ରାହ୍ମଣୀ ଗାଁ ଦୁଷ୍କର୍ମ ମାମାଲାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ଦଳ ଅଭିଯୋଗ ଆଣିଛି, ବିଜେଡି ପାଳିଛି ଅପରାଧୀ । ଘଟଣାର ଏତେଦିନ ପରେ ବି ଅଭିଯୁକ୍ତଙ୍କୁ କାହିଁକି ଗିରଫ କରାଯାଉନି ତାକୁ ନେଇ ଉଠିଛି ପ୍ରଶ୍ନ । ଅପରାଧୀଙ୍କୁ ରାଜ୍ୟ ସରକାର ସୁରକ୍ଷା ଦେଉଛନ୍ତି କି? ଜୟପୁର ଘଟଣା ପୂରା ରାଜ୍ୟ ପାଇଁ ନିନ୍ଦନୀୟ । ସେହିପରି ଓଡ଼ିଶାରେ ବର୍ତ୍ତମାନ ସୁରକ୍ଷିତ ନୁହନ୍ତି ନାରୀ । ରାଜ୍ୟରେ ନାରୀଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର ।
Download Argus News App
