ପିପିଲି ଓ ଡେଲାଙ୍ଗରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେଡିର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେପି। ଦଳ କହିଛି ଯେ ଆଗରୁ ପିପିଲି ଓ ଡେଲାଙ୍ଗରେ ଆଇନ ଶୃଙ୍ଖଳା ପରିସ୍ଥିତି ଥିଲା କି ନାହିଁ ବିଜେଡ଼ି ନେତା ମାନଙ୍କୁ ଦେଖାଯାଉ କି ନ ଯାଉ ଲୋକ ଜାଣିଛନ୍ତି । ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି କେମିତି ବିଗିଡିବ ତାହା ବିଜେଡ଼ି ଅଫିସରୁ ମନିଟର କରାଯାଉଥିଲା ।
ଅତୀତ ଇତିହାସକୁ ବିଜେପି ଖୋଲିବା ପାଇଁ ଚାହୁଁନି । ସେଠାରେ ବିଜେପି କାର୍ଯ୍ୟାଳୟରେ ବୋମା ମାଡ଼ ହେଲା, ଗତ ନିର୍ବାଚନ ସମୟରେ ମଧ୍ୟ ବିଜେପି କର୍ମୀଙ୍କୁ ମାଡ଼ ମରା ହୋଇଛି । ହେଲେ ସବୁଠୁ ଅଧିକ ବଳି ଗଲା ଯେତେବେଳେ ଗୋଟିଏ ଥାନାକୁ ବୋମା ମାଡ଼ କରି ଉଡେଇ ଦିଆଗଲା । ଏହାପରେ ବି ଯଦି ବିଜେଡ଼ି କହିବ ଯେ ଆଇନଶୃଙ୍ଖଳା ପରିସ୍ଥିତି ବ୍ୟାହତ ହୋଇନି । ତାହେଲେ ଲୋକଙ୍କୁ ଓ ଆମକୁ ବିଜେଡ଼ି ପାଖରୁ ଶିଖିବାକୁ ପଡ଼ିବ ଯେ ଆଇନଶୃଙ୍ଖଳା ପରିସ୍ଥିତି କଣ ବୋଲି ବିଜେପି ପ୍ରଶ୍ନ କରିଛି।
ସେଠି ଲୋକଙ୍କୁ ମରିବା, ଆଖି ତାଡିବା, ବୋମା ବଣାଇବାକୁ କୁଟୀର ଶିଳ୍ପରେ ପରିଣତ କରିବାକୁ ଯଦି ବିଜେଡ଼ି ଲୋକ ଅସ୍ବୀକାର କରିବେ । ତାହେଲେ ୟାଠୁ ଅଧିକ କିଛି କୁହାଯାଇପାରିବ ନାହିଁ । ସେସବୁକୁ ଆଧାର କରି ପିପିଲିରେ କେନ୍ଦ୍ରୀୟ ବଳ ନିୟୋଜିତ କରିବାର ଆବଶ୍ୟକତା ଅଛି । ପୋଲିସ କ’ଣ କରିପାରିବ ତାହା ଵଳଙ୍ଗା ଥାନା ଉଡିବା ପରେ ସ୍ପଷ୍ଟ ହୋଇଯାଇଛି । ତେଣୁ କେନ୍ଦ୍ରୀୟ ବଳ ମୁତୟନ କରିବାର ଆବଶ୍ୟକତା ଅଛି ବୋଲି ବିଜେପି, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜାଣାଇଛି ।