ଅଧିକ ପଢନ୍ତୁ ଓଡ଼ିଶା ଖବର
କେବଳ ନିର୍ବାଚନ ସମୟରେ କିଛି ଥୋପ ଦେବା ବ୍ୟତୀତ ରାଜ୍ୟ ସରକାର ସ୍ଥାୟୀ ସମାଧାନ ଚାହୁଁନାହାଁନ୍ତି । ଆଜି ଧାରଣା ଦେଉଥିବା କୁମ୍ଭକାର ଭାଇଭଉଣୀଙ୍କ ଦାବୀ ପ୍ରତି ଭାରତୀୟ ଜନତା ପାର୍ଟୀର ସଂପୂର୍ଣ୍ଣ ସମର୍ଥନ ରହିଛି ଏବଂ ରାଜ୍ୟ ସରକାର ଏ ସମସ୍ତ ଦାବୀଗୁଡିକର ସମାଧାନ କରିବା ଉଚିତ୍ । ଦେଶର ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏ ସମ୍ପର୍କରେ ଗଭୀର ଅନୁଧ୍ୟାନ କରି ଏକ ବିଶ୍ୱକର୍ମା ଯୋଜନା ଆଣିଛନ୍ତି ଯେଉଁଥିରେ କୁମ୍ଭକାର ଭାଇମାନେ ସମ୍ପୂର୍ଣ୍ଣ ଉପକୃତ ହେବେ । ଆଜି ବିଧାନସଭା ସମ୍ମୁଖରେ କୁମ୍ଭକାରମାନଙ୍କ ବିକ୍ଷୋଭ ସମାବେଶରେ ଯୋଗଦେଇ ରାଜ୍ୟ ବିଜେପି ବିଧାୟକ ଓ ନେତୃବୃନ୍ଦମାନେ ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରିବା ସହ ବିଧାନସଭାରେ ସେମାନଙ୍କ ପ୍ରସଙ୍ଗ ଉପସ୍ଥାପନ କରିବାର ପ୍ରତିଶ୍ରୁତି ଦେଇଥିଲେ ।
ଏହି ପ୍ରତିନିଧି ଦଳରେ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ମୁକେଶ ମହାଲିଙ୍ଗ୍, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ସାମାଜିକ ସଂଗଠନ ରାଜ୍ୟ ସଂଯୋଜକ ରଶ୍ମିରଞ୍ଜନ କାନୁନଗୋ, ଦୁର୍ଗା ପ୍ରସନ୍ନ ନାୟକ, ବିବେକାନନ୍ଦ ଜେନା, ସନ୍ତୋଷ ମହାପାତ୍ର ଓ ଲିଙ୍ଗରାଜ ବାରିକ ପ୍ରମୁଖ ସାମିଲ ହୋଇଥିଲେ ।