ଶାସକ ଦଳ UNPARLIAMENTARY ଶବ୍ଦ ବ୍ୟବହାର କଲେ ତାକୁ ବାଦ୍ ଦିଆଯାଉନାହିଁ । ଶାସକ ଦଳର କଣ୍ଢେଇ ସାଜିଛନ୍ତି ବାଚସ୍ପତି । ଆମକୁ କହିବାକୁ ସୁଯୋଗ ଦିଆଯାଉ ନାହିଁ । ଦୁଇ ବିଜେପି ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି ଜୟନାରାୟଣ ମିଶ୍ର ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ଦୁଇ ନିଲମ୍ବନ ଝଡ଼ । ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ ଗୃହରେ ବିଜେପି ସଦସ୍ୟଙ୍କ ହୋହଲ୍ଲା । ବାଚସ୍ପତିଙ୍କ ପୋଡିୟମ୍ ତଳେ ଜୋରଦାର୍ ପ୍ରତିବାଦ କରିଛି ବିଜେପି । ବିଧାନସଭା ପରିଚାଳନାରେ ପକ୍ଷପାତିତା କରାଯାଉଥିବା ଅଭିଯୋଗ । ପ୍ରବଳ ହଙ୍ଗାମା ପାଇଁ ଅପରାହ୍ନ 4ଟା ଯାଏଁ ଗୃହ ମୁଲତବି କଲେ ବାଚସ୍ପତି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଶାସକ ଦଳକୁ ଯେତେବେଳେ ସଙ୍କଟ ଆସୁଛି ସେତେବେଳେ ସେ ଗୃହକୁ ମୁଲତବି କରୁଛନ୍ତି । ସର୍ବଦଳୀୟ ବୈଠକ ଡାକୁନାହାଁନ୍ତି । ବିଧାନସଭା କିପରି ନଚାଲିବ, ସେଥିପାଇଁ ଶାସକ ଦଳ ଚକ୍ରାନ୍ତ କରୁଛି ।
ଶାସକ ଦଳ UNPARLIAMENTARY ଶବ୍ଦ ବ୍ୟବହାର କଲେ ତାକୁ ବାଦ୍ ଦିଆଯାଉନାହିଁ । ଶାସକ ଦଳର କଣ୍ଢେଇ ସାଜିଛନ୍ତି ବାଚସ୍ପତି । ଆମକୁ କହିବାକୁ ସୁଯୋଗ ଦିଆଯାଉ ନାହିଁ । ଦୁଇ ବିଜେପି ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି ଜୟନାରାୟଣ ମିଶ୍ର ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ୨୩ ବର୍ଷର ବିଜେଡି ଶାସନରେ ଭୁବନେଶ୍ୱରବାସୀ “ଦୁର୍ଗନ୍ଧ”କୁ ଉପହାରରେ ପାଇଛନ୍ତି । ପୂର୍ବରୁ ରାଜଧାନୀର ମଧ୍ୟବର୍ତୀ ଅଂଚଳରେ ଥିବା ଗାଡକଣସ୍ଥିତ ‘ଡମ୍ପିଂ ୟାର୍ଡ’ର ର୍ଦୁଗନ୍ଧରେ ସ୍ଥାନୀୟ ଗାଡକଣ, ରଙ୍ଗମାଟିଆ, ଡମଣା, ମଂଚେଶ୍ୱରବାସିନ୍ଦାଙ୍କ ଜୀବନ ଅତିଷ୍ଠ ହେଉଥିଲା । ଏହି ଦୁର୍ଗନ୍ଧ ସମୟ କ୍ରମେ ସାରା ସହରକୁ ବ୍ୟାପିଲାଣି । ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ସ୍ମାର୍ଟ ସିଟି ଭୁବନେଶ୍ୱରବାସୀଙ୍କ ଜୀବନ ଅତ୍ୟନ୍ତ ଦୟନୀୟ ହୋଇପଡିଛି । ରାଜଧାନୀର ମଧ୍ୟବର୍ତୀ ଅଂଚଳରେ ଥିବା ଗାଡକଣସ୍ଥିତ ‘ଅସ୍ଥାୟୀ ଡମ୍ପିଂ ୟାର୍ଡ’ ଆଜି ‘ସ୍ଥାୟୀ ଡମ୍ପିଂ ୟାର୍ଡ’ରେ ପରିଣତ ହୋଇ କୃତ୍ରିମ ପାହାଡର ଭ୍ରମ ସୃଷ୍ଟି କରିଛି । ଏହି “ଦୁର୍ଗନ୍ଧ” ପାଇଁ ଭାରତୀୟ ଜନତା ପାର୍ଟି ବାରମ୍ବାର ବିଏମ୍ସି ଓ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ । କିନ୍ତୁ ତାହାର ସୁଫଳ ନମିଳିଥିବାରୁ ଆଜି ଭାରତୀୟ ଜନତା ପାର୍ଟି ଜିଲ୍ଲା ପକ୍ଷରୁ ‘ଡମ୍ପିଂ ୟାର୍ଡ’କୁ ନେଇ ସତ୍ୟାଗ୍ରହ ଦ୍ୱିତୀୟ ଦିନରେ ପଂହଚିଛି । ରାଜ୍ୟ ସରକାର ‘ଡମ୍ପିଂ ୟାର୍ଡ’ର ବ୍ୟବସ୍ଥାର ସ୍ଥାୟୀ ସମାଧାନ ନକଲେ ସତ୍ୟାଗ୍ରହ ଜାରି ରହିବ ବୋଲି ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ କହିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱରର ଲୋକେ ଭୋଟ ଓ ଟିକସ ଦେଇ ରୋଗକୁ ଉପାହାରରେ ପାଉଛନ୍ତି । ଟିକସ ନେଇ ନିଜ ଦାୟୀତ୍ୱ ଭୁଲି ଯାଉଛି ବିଏମସି । ସ୍ମାର୍ଟସିଟି ଭୁବନେଶ୍ୱରର ସ୍ୱଚ୍ଛତା ରକ୍ଷା ପାଇଁ ରାଜ୍ୟ ସରକାର, ମେୟର, କମିଶନର, ବିଭାଗୀୟ ଅଧିକାରୀ, ବିଏମସି କର୍ତୃପକ୍ଷ ମିଳିତ ଭାବେ ଦାୟୀତ୍ୱ ନିଅନ୍ତୁ ବୋଲି ଶ୍ରୀ ସିଂ କହିଛନ୍ତି ।
ଗାଡକଣସ୍ଥିତ ‘ଡମ୍ପିଂ ୟାର୍ଡ’ଅସୁସ୍ଥ ପରିବେଶ, ବାୟୁ ପ୍ରଦ୍ୟୁଷଣ ଓ ଅସହ୍ୟ ର୍ଦୁଗନ୍ଧ କାରଣରୁ ସ୍ଥାନୀୟ ଅଂଚଳବାସୀ ଘରର କବାଟ ବନ୍ଦ କରି ରହିବା ସହିତ ମୁହଁରେ ମାସ୍କ ପିନ୍ଧୁଛନ୍ତି । ଏପରିକି ଚର୍ମରୋଗ, ଶ୍ୱାସରୋଗ ଓ କ୍ୟାନସର ଭଳି ମାରାତ୍ମକ ରୋଗ ବ୍ୟାପିବାରେ ଲାଗିଛି । ଦୀର୍ଘଦିନର ବିଜେଡି ସରକାର ସାଧାରଣ ଲୋକଙ୍କ ଦୁଃଖର କାରଣ ସାଜିଛି । ଅସୁସ୍ଥକର ପରିବେଶ ପାଇଁ ଭକ୍ତମାନେ ସେଠାରେ ଥିବା ସର୍ବେଶ୍ୱର ମହାଦେବ ମନ୍ଦିର, ଦାସରାଜ ମନ୍ଦିରକୁ ଆସୁନଥିବାରୁ ଏହା ବନ୍ଦ ରହିଥିବା ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମହାନ୍ତି କହିଛନ୍ତି ।
ଏହି ଦୁର୍ଗନ୍ଧ ପରିବେଶ ପାଇଁ ଭୁବନେଶ୍ୱରବାସିନ୍ଦାଙ୍କ ଦୁଃଖ ଓ ଧର୍ଯ୍ୟର ସୀମାକୁ ରାଜ୍ୟ ସରକାର ପରୀକ୍ଷା ନକରି ଏହାର ସୁବ୍ୟବସ୍ଥା କରନ୍ତୁ । ଏହି ଅଂଚଳରେ କେନ୍ଦ୍ରୀୟ ବିଦ୍ୟାଳୟ, ସୈନିକ ସ୍କୁଲ, ଉତ୍କଳ ବିଶ୍ୱବିଦ୍ୟାଳୟ, ଇଷ୍ଟକୋଷ୍ଟ ରେଲୱେ ଅଫିସ, ମେଡିକାଲ, ସରକାରୀ ଓ ଘରୋଇ କଲୋନୀ, ଅପୋଲ ହସ୍ପିଟାଲ ରହିଛି । ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଇ ଏହି ଅଳିଆକୁ ସହରଠୁ ଦୂରରେ ‘ଡମ୍ପିଂ ୟାର୍ଡ’ ପ୍ରସ୍ତୁତ କରନ୍ତୁ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଜଗନ୍ନାଥ ପ୍ରଧାନ କହିଛନ୍ତି ।
ଦ୍ୱିତୀୟ ଦିନର ଏହି ସତ୍ୟାଗ୍ରହ ଆନ୍ଦୋଳନରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ମନ୍ଧେକ୍ସ ମହାପାତ୍ର, ବରିଷ୍ଠ ନେତା ଭୁବନାନନ୍ଦ ତ୍ରିପାଠୀ, ଜିଲ୍ଲା ସାଧାରଣ ସମ୍ପାଦକ ଦିଲ୍ଲୀପ ବେହେରା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସ୍ୱୟଂସେବକ ରାୟ, ମହିଳାମୋର୍ଚ୍ଚା ସଭାନେତ୍ରୀ ସୁଭାଷିନୀ ପୃଷ୍ଟି, କୃଷକ ମୋର୍ଚ୍ଚା ସଭାପତି ବିକ୍ରମ ପ୍ରଧାନ, ଓବିସି ମୋର୍ଚ୍ଚା ସଭାପତି ସୁଶିଲ ସାହୁ, ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଶିଦ୍ଧିକ୍ ଅହମ୍ମଦ ଖାଁନ, ଜିଲ୍ଲା ଉପସଭାପତି ନିରଞ୍ଜନ ରାଉତରାୟ, ରାଜେନ୍ଦ୍ର ଦାସ, ସୁଶାନ୍ତ ସାବତ, ବିଭାସ ସେନଗୁପ୍ତା, ମାନସୀ ରାୟ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ କୁମାର ମହାନ୍ତି, ମଣ୍ଡଳ ସଭାପତି ଯତୀନ୍ଦ୍ର ମହାନ୍ତି, ଅମରଜ୍ୱତି ଜଗଦ୍ଦେବ, ଜିଲ୍ଲା ମନ କି ବାତ ସଂଯୋଜକ ସଂଗ୍ରାମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ଅର୍ଗସ ବ୍ୟୁରୋ: ସାଧାରଣ ଜନତା, ବିଶେଷକରି ଟ୍ରେନ ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ଗୁରୁତ୍ୱପୂର୍ଣ୍ଣ ମାର୍ଗରେ ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଚଳାଚଳ କରୁଥିବା ସ୍ପେଶାଲ ଟ୍ରେନର ସେବା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ, ଶୀତଋତୁରେ ମାତ୍ରାଧିକ ଯାତ୍ରୀ ଭିଡକୁ ଏଡ଼ାଇବାପାଇଁ କିଛି ଅଧିକ ସ୍ୱତନ୍ତ୍ର ଟ୍ରେନ୍ ମଧ୍ୟ ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଚଳପ୍ରଚଳ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ୍ ଗୁଡିକ ହେଉଛି…
ବିଶାଖାପାଟନମ୍-ସିକନ୍ଦରାବାଦ ସ୍ୱତନ୍ତ୍ର ଟ୍ରେନ :
ପ୍ରତ୍ୟେକ ବୁଧବାର ଦିନ ବିଶାଖାପାଟନମ୍ ଠାରୁ ଏବଂ ପ୍ରତି ଗୁରୁବାର ଦିନ ସିକନ୍ଦରାବାଦ ଠାରୁ ଛାଡୁଥିବା 08579/08580 ବିଶାଖାପାଟନମ୍-ସିକନ୍ଦରାବାଦ-ବିଶାଖାପାଟନମ୍ ସ୍ପେଶାଲ୍ ବର୍ତ୍ତମାନ 1 ଫେବୃଆରୀ 2024 ପର୍ଯ୍ୟନ୍ତ ଚଳାଚଳ କରିବ।
ବିଶାଖାପାଟନମ୍-ତିରୁପତି ବିଶେଷ ଟ୍ରେନ :
ପ୍ରତି ସୋମବାର ଦିନ ବିଶାଖାପାଟନମ୍ ଠାରୁ ଏବଂ ପ୍ରତି ମଙ୍ଗଳବାର ଦିନ ତିରୁପତି ଠାରୁ ଛାଡୁଥିବା 08583/08584 ବିଶାଖାପାଟନମ୍-ତିରୁପତି-ବିଶାଖାପାଟନମ୍ ସ୍ଵତନ୍ତ୍ର ଟ୍ରେନ ବର୍ତ୍ତମାନ 30 ଜାନୁୟାରୀ 2024 ପର୍ଯ୍ୟନ୍ତ ଚଳାଚଳ କରିବ।
ବିଶାଖାପାଟନମ୍-ବେଙ୍ଗାଲୁରୁ ସ୍ଵତନ୍ତ୍ର ଟ୍ରେନ :
ପ୍ରତି ରବିବାର ଦିନ ବିଶାଖାପାଟନମ୍ ଠାରୁ ଏବଂ ପ୍ରତ୍ୟେକ ସୋମବାର ବେଙ୍ଗାଲୁରୁରୁ ଛାଡୁଥିବା 08543/08544 ବିଶାଖାପାଟନମ୍- SMVT ବେଙ୍ଗାଲୁରୁ-ବିଶାଖାପାଟନମ୍ ସ୍ପେଶାଲ୍ ବର୍ତ୍ତମାନ 29 ଜାନୁୟାରୀ 2024 ପର୍ଯ୍ୟନ୍ତ ଚଳାଚଳ କରିବ।
ଶ୍ରୀକାକୁଲମ୍ ରୋଡ୍-କୋଲାମ୍ ସ୍ପେଶାଲ୍:
08537/08538 ଶ୍ରୀକାକୁଲମ୍ ରୋଡ୍-କୋଲାମ-ଶ୍ରୀକାକୁଲମ୍ ରୋଡ୍ ସ୍ପେସାଲ୍ 25 ନଭେମ୍ବର 2023 ରୁ 27 ଜାନୁୟାରୀ 2024 ପର୍ଯ୍ୟନ୍ତ ପ୍ରତ୍ୟେକ ଶନିବାର ଦିନ ପୂର୍ବାହ୍ନ 11 ଘଟୀକାରେ ଶ୍ରୀକାକୁଲମ ଠାରୁ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ଏହି ଟ୍ରେନ୍ 26 ନଭେମ୍ବର 2023 ରୁ 28 ଜାନୁୟାରୀ ପର୍ଯ୍ୟନ୍ତ କୋଲାମରୁ ପ୍ରତ୍ୟେକ ରବିବାର ଦିନ ସନ୍ଧ୍ୟା ୭ଘ.୩୫ମି.ରେ ଛାଡି ଶ୍ରୀକାକୁଲମ ଯାତ୍ରା କରିବ।
ବିଶାଖାପାଟନମ୍-କୋଲାମ ବିଶେଷ ଟ୍ରେନ :
08539/08540 ବିଶାଖାପାଟନମ୍-କୋଲାମ-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମରୁ 29 ନଭେମ୍ବର 2023 ରୁ 31 ଜାନୁୟାରୀ 2024 ପର୍ଯ୍ୟନ୍ତ ପ୍ରତ୍ୟେକ ବୁଧବାର ଦିନ ପୂର୍ବାହ୍ନ 08ଘ.20ମି.ରେ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ଏହି ଟ୍ରେନ୍ 30 ନଭେମ୍ବର 2023 ରୁ 1 ଫେବୃଆରୀ 2024 ମଧ୍ୟରେ କୋଲାମରୁ ପ୍ରତ୍ୟେକ ଗୁରୁବାର ଦିନ ସନ୍ଧ୍ୟା ୭ଘ.୩୫ମି.ରେ ଛାଡି ବିଶାଖାପାଟନମ ଯାତ୍ରା କରିବ।
ପୁରୀ-ପାଟନା-ପୁରୀ ବିଶେଷ:
08439/08440 ପୁରୀ-ପାଟନା-ପୁରୀ ସ୍ପେଶାଲ 30 ଡିସେମ୍ବର, 2023 ପର୍ଯ୍ୟନ୍ତ ପ୍ରତି ଶନିବାର ଦିନ ଅପରାହ୍ନ 02ଘ.55ମି.ରେ ପୁରୀ ଠାରୁ ଏବଂ ପ୍ରତ୍ୟେକ ରବିବାର ଦିନ ଅପରାହ୍ନ 01ଘ.45ମି.ରେ ପାଟନା ଠାରୁ ଛାଡି ପୁରୀ ଯାତ୍ରା କରିବ।
ଭୁବନେଶ୍ୱର-ଧାନବାଦ୍-ଭୁବନେଶ୍ୱର ବିଶେଷ ଟ୍ରେନ :
ଦୈନିକ ପୁରୀ ଓ ଧନବଡ଼ ମଧ୍ୟରେ ଚଳାଚଳ କରୁଥିବା 02832/02831 ଭୁବନେଶ୍ୱର-ଧାନବାଦ୍-ଭୁବନେଶ୍ୱର ସ୍ପେଶାଲ 30 ଡିସେମ୍ବର 2023 ପର୍ଯ୍ୟନ୍ତ ଚଳାଚଳ କରିବ। ଏହି ଟ୍ରେନ ପୁରୀ ଠାରୁ ସନ୍ଧ୍ୟା 08ଘ.25ମି.ରେ ଛାଡୁଥିବାବେଳେ ଏହା ଧାନବାଦ ଠାରୁ ଅପରାହ୍ନ 04 ଘଟିକାରେ ଛାଡ଼ୁଛି ।
ପୁରୀ-ଭଞ୍ଜପୁର-ପୁରୀ ବିଶେଷ:08011/08012 ଭଞ୍ଜପୁର (ବାରିପଦା) -ପୁରୀ- ଭଞ୍ଜପୁର ସ୍ପେଶାଲ 31 ଡିସେମ୍ବର 2023 ପର୍ଯ୍ୟନ୍ତ ପ୍ରତ୍ୟେକ ଗୁରୁବାର ଏବଂ ଶନିବାର ଦିନ ଭଞ୍ଜପୁର ଛାଡୁଥିବାବେଳେ ଏହା ପ୍ରତ୍ୟେକ ଶୁକ୍ରବାର ଏବଂ ରବିବାର ଦିନ ପୁରୀ ଛାଡିବ ।
ସାନ୍ତ୍ରାଗାଛି-ପୁରୀ-ସାନ୍ତ୍ରାଗାଛି ସ୍ୱତନ୍ତ୍ର ଟ୍ରେନ :
02837/02838 ସାନ୍ତ୍ରାଗାଛି-ପୁରୀ-ସାନ୍ତ୍ରାଗାଛି ସ୍ପେଶାଲ୍ 30 ଡିସେମ୍ବର 2023 ପର୍ଯ୍ୟନ୍ତ ପ୍ରତ୍ୟେକ ଶୁକ୍ରବାର ଦିନ ସାନ୍ତ୍ରାଗାଛି ଠାରୁ ଛାଡିବାକୁ ଥିବାବେଳେ ଏହା ପ୍ରତ୍ୟେକ ଶନିବାର ଦିନ ପୁରୀ ଠାରୁ ଛାଡିବ ।
ସମ୍ବଲପୁର-ଇରୋଡ଼-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ :
ପ୍ରତ୍ୟକ ବୁଧବାର ଦିନ ସମ୍ବଲପୁର ଠାରୁ ଏବଂ ପ୍ରତ୍ୟକ ଶୁକ୍ରବାର ଦିନ ଇରୋଡ଼ ଠାରୁ ଛାଡୁଥିବା 08311/08312 ସମ୍ବଲପୁର-ଇରୋଡ଼-ସମ୍ବଲପୁର ସ୍ପେଶାଲ 2024 ମାର୍ଚ୍ଚ ମାସ ପହିଲା ପର୍ଯ୍ୟନ୍ତ ଚଳାଚଳ କରିବ ।
ଯାତ୍ରୀ ପ୍ରୋଫାଇଲ୍ ପରିଚାଳନାକୁ ସମୀକ୍ଷା କରି ଦେଖାଯାଏ ଯେ, ଉପରୋକ୍ତ ମାର୍ଗଗୁଡିକର ଟ୍ରେନ୍ ଅତିରିକ୍ତ ଯାତ୍ରୀଙ୍କ ସହିତ ଚଳାଚଳ କରୁଛି। ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଉତ୍ପନ୍ନ ହେଉଥିବା ଗୁରୁତ୍ୱପୂର୍ଣ୍ଣ ମାର୍ଗରେ ଅଧିକ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ଉତ୍ତରାଖଣ୍ଡ ଉତ୍ତରକାଶିରେ ନିର୍ମାଣାଧୀନ ସିଲ୍କୟାରା-ଡଣ୍ଡାଲଗାଁଓ ଟନେଲ ଭୁଶୁଡ଼ିପଡ଼ିଥିଲା। ଏହି ଟନେଲରେ ୪୧ଜଣ ଶ୍ରମିକ ଫସିଯାଇଥିଲେ। ଯେଉଁଥିରେ ୧୭ ଦିନ ପର୍ଯ୍ୟନ୍ତ ସୁଡଙ୍ଗ ଭିତରେ ସଂଘର୍ଷ କରିଥିଲେ। ସେମାନଙ୍କୁ ବାହାରକୁ କାଢିବା ପାଇଁ ସବୁ ରାଜ୍ୟ ଏବଂ କେନ୍ଦ୍ର ସରକାର ଏକାଠି ହୋଇଥିଲେ। କାରଣ ଶ୍ରମିକଙ୍କୁ ବାହାର କରିବା ଲାଗି ସମସ୍ତେ ଲକ୍ଷ୍ୟ ରଖିଥିଲେ।
Breaking : Akshay Kumar to play Arnold Dix in his next movie “ Mission Surang” , Shooting location already decided. #UttarakhandTunnelRescue#UttarkashiRescue #Uttarkashi #uttarkashirescueoperation pic.twitter.com/MsujoBgqLb — aaplach_yogesh (@yogesh_sandge) November 28, 2023
ସିଲ୍କୟାରା-ଡଣ୍ଡାଲଗାଁ ଟନେଲରେ ଫସିଥିବା ୪୧ ଶ୍ରମିକଙ୍କୁ ବଞ୍ଚାଇବାକୁ ଟନଲ ଏକ୍ସପର୍ଟ ଆନ୍ନଲ୍ଡ ଡିକ୍ସଙ୍କ ସହାୟତା ନିଆଗଲା। ତାଙ୍କ ପାଇଁ ହିଁ ଶ୍ରମିକ ମାନେ ସୁରକ୍ଷିତ ଭାବେ ବାହାରକୁ ଆସିଲେ ଏବଂ ଆଉ ଏକ ଜନ୍ମ ପାଇଲେ।
ତେବେ ଏହି ରେସକ୍ୟୁ ନେଇ ସବୁଠି ଜୟଗାନ। ଏହି ଟନେଲ ରେସ୍କ୍ୟୁକୁ ନେଇ ବଲିଉଡ ଇଣ୍ଡଷ୍ଟ୍ରିରେ ଫିଲ୍ମ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏବେ ଏହାକୁ ନେଇ ସବୁଠି ଚର୍ଚ୍ଚା। ଚାଲିଛି। ଉତ୍ତରକାଶୀ ଟନେଲ ରେସକ୍ୟୁ ଅପରେଶନକୁ ନେଇ ବଲିଉଡ ଅଭିନେତା ଅକ୍ଷୟ କୁମାର ଫିଲ୍ମ ନିର୍ମାଣ କରିବେ। ଏହି ଫିଲ୍ମର ନାଁ ହେବ ମିଶନ ସୁଡ଼ଙ୍ଗ ରଖାଯିବ। ଲିଡ ଭୂମିକାରେ ଅକ୍ଷୟ ଅଭିନୟ କରିବେ। ଏହି ଫିଲ୍ମରେ ସେ ଟନେଲ ଏକ୍ସପର୍ଟ ଆନର୍ଲ୍ଡ ଡିକ୍ସଙ୍କ ଭୂମିକାରେ ନଜର ଆସିବେ। ଏହି ଉଦ୍ଧାର ସମୟରେ ଆନର୍ଲ୍ଡ ଡିକ୍ସଙ୍କୁ ମଧ୍ୟ ଡକାଯାଇଥିଲା। ଏହି ବ୍ୟକ୍ତି ଅଷ୍ଟ୍ରେଲିଆରେ ଚାଲୁଥିବା ଅନ୍ତର୍ଜାତୀୟ ଟନେଲିଂ ଏବଂ ଅଣ୍ଡରଗ୍ରାଉଣ୍ଡ ସ୍ପେସ ଆସୋସିଏଶନର ସଭାପତି। ବ୍ରିଟିଶ ଇନଷ୍ଟିଚ୍ୟୁଟ ଅଫ ଇନଭେଷ୍ଟିଗେଟର୍ସରେ କାମ କରୁଥିବା ଡିକ୍ସଙ୍କର ଇଞ୍ଜିନିୟରିଂ, ଭୂବିଜ୍ଞାନ, ଆଇନ ଏବଂ ବିପଦ ପରିଚାଳନା କ୍ଷେତ୍ରରେ ୩୦ବର୍ଷରୁ ଅଧିକ ବର୍ଷର ଅଭିଜ୍ଞତା ରହିଛି। ତେବେ ଅକ୍ଷୟଙ୍କ ତରଫରୁ ଏ ମୁଭିକୁ ନେଇ କୌଣସି ଅଫିସିଆଲି ଆନାଉନ୍ସମେଣ୍ଟ ହୋଇନି।
ସୂଚନା ଥାଉ କି, ଉତ୍ତରକାଶୀ ନିର୍ମାଣଧୀନ ଟନେଲ ଭୁଶୁଡିଯିବାରୁ ଦୀର୍ଘ ୧୭ ଦିନ ଫସିକି ଥିଲେ ୭ ରାଜ୍ୟର ୪୧ ଶ୍ରମିକ। ୨୮ ତାରିଖ ସମସ୍ତଙ୍କୁ ବଡ଼ ଆଶ୍ବାସନା ଦେଇଥିଲା। ଜଣକ ପରେ ଜଣେ ସମସ୍ତ ୪୧ ଜଣ ଶ୍ରମିକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର