ସମ୍ବଲପୁର: ମଣ୍ଡି ସମସ୍ୟା ନେଇ ପଶ୍ଚିମ ଓଡ଼ିଶାରେ ବିଜେପିର ଚକାଜାମ । ପଶ୍ଚିମ ଓଡିଶାର ୫ଟି ଲୋକସଭାର ୩୭ ଟି ବିଧାନସଭା କ୍ଷେତ୍ରର ସମସ୍ତ ଜାତୀୟ ରାଜପଥ ଓ ରାଜ୍ୟରାଜ ପଥ ୩ ଘଣ୍ଟା ଧରି ଚକା ଜାମ କରିଛି ଦଳ । ସକାଳ ୧୦ ଟାରୁ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ଏହି ୩ ଘଣ୍ଟିଆ ଆନ୍ଦୋଳନରେ ଯାହା ରାଜସ୍ଵ କ୍ଷତି ହେବ ଏଥିପାଇ ରାଜ୍ୟ ସରକାର ଦାୟୀ ହେବେ ବୋଲି ଦଳ ପକ୍ଷରୁ କୁହାଯାଇଛି ।
ପଶ୍ଚିମ ଓଡିଶାର ବିଭିନ୍ନ ମଣ୍ତି ମାନଙ୍କରେ ଟାର୍ଗେଟ ନଥିବା ଯୋଗୁଁ ଚାଷୀଙ୍କ ଧାନ ଉଠିପାରୁନାହିଁ । କମ ମୂଲ୍ୟରେ ମିଲର ଚାଷୀଙ୍କ ଧାନ କିଣୁଥିବା , ଟୋକନ ଲାପ୍ସ ହେବା ସହ ବିଭିନ୍ନ ସମସ୍ୟା ନେଇ ବିଜେପି ଚାଷୀ ହକ ପାଇ ଲଢେଇ କରୁଛି । ପୁର୍ବରୁ ଜାନୁୟାରୀ ୨୧ ତାରିଖରେ ଆରଡିସି ଅଫିସ ଘେରାଉ କରିବା ପରେ ୨୨ ତାରିଖରେ ଆରଡିସି ଆଲୋଚନ କରାଯାଇଥିଲା କିନ୍ତୁ ତାହାର କୌଣସି ନିଷ୍କର୍ସ ବାହାରିଲା ନାହିଁ ।
ପ୍ରତିଶୃତି ପୁରଣ ନହେବାରୁ ପୁଣି ୨୯ ତାରିଖ ପଶ୍ଚିମ ଓଡିଶା ଜିଲ୍ଲାପାଲ ଓ ଉପଜିଲ୍ଲାପାଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣ ମଧ୍ୟ ଦେଲେ । ହେଲେ ଚାଷୀଙ୍କ ସମସ୍ୟା ସମାଧାନ ହୋଇପାରିନଥିଵାରୁ ଆଜି ପୁଣି ଦଳ ପକ୍ଷରୁ ଆନ୍ଦୋଳନ କରାଯାଇଛି ।