ଏଥିରେ ଓଡିଶାର ସମସ୍ତ ପ୍ରମୁଖ ନେତା ଯୋଗଦେବେ । ବିଶେଷ ଭାବେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ତଥା ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଏବଂ କିଷାନ ବିଶିଷ୍ଟ ନେତା ତଥା ରାଜ୍ୟ ସହ ପ୍ରଭାରୀ ବିଜୟପାଳ ସିଂ ତୋମାର ଯୋଗଦେବେ । ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସମେତ ରାଷ୍ଟ୍ରୀୟ ପଦାଧିକାରୀ, ସମସ୍ତ ବିଧାୟକ ଓ ସାଂସଦ, ଜିଲ୍ଲା ସଭାପତି, ସମସ୍ତ ମୋର୍ଚ୍ଚାର ସଭାପତି ମାନେ ମଧ୍ୟ ଯୋଗଦେବେ ।
ରାଜ୍ୟର ବିଭିନ୍ନ ସମସ୍ୟା, ରାଜ୍ୟବାସୀ ବିଜେପିକୁ ଦେଇଥିବା ଦାୟୀତ୍ୱ ଦଳ ସୁଚାରୁ ରୂପେ ତୁଲାଉଛି । ଏହି ସବୁ ବିଷୟରେ କାର୍ଯ୍ୟକାରିଣୀରେ ଆଲୋଚନା ହେବ ।