୨୦୦୯ରୁ ୨୦୧୪ ଭିତରେ ଓଡିଶାକୁ ହାରାହାରି ୮୩୮ କୋଟି ଟଙ୍କା ଥିବାବେଳେ ଚଳିତ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୧୦୦୧୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ରାଜ୍ୟର ୫୭ଟି ରେଳଷ୍ଟେସନକୁ ଅମୃତ ଭାରତ ଷ୍ଟେସନରେ ଅନ୍ତର୍ଭୁକ୍ତ କରାଯାଇଛି । ବର୍ତମାନ ରାଜ୍ୟର ପ୍ରତ୍ୟେକ ଜିଲ୍ଲାକୁ ରେଳପଥ ସହ ସଂଯୋଗ କରାଯିବାର କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି । ଆଜି ରାଜ୍ୟ ରେଳସେବା କ୍ଷେତ୍ରରେ ଆଉ ଏକ ନୂତନ ଫର୍ଦ୍ଦ ଯୋଡି ହୋଇଛି । ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୈାଶଳରେ ନିର୍ମିତ ଦେଶର ଦୃତଗାମୀ ଟ୍ରେନ “ବନ୍ଦେ ଭାରତ ଏକ୍ସପ୍ରେସ୍”ର ଦ୍ୱିତୀୟ ଟ୍ରେନ ସେବା ଆଜି ପୁରୀ ରୁ ରାଉରକେଲା ଆରମ୍ଭ ହୋଇଛି । ଏହା ଦ୍ୱାରା ଉପକୁଳ, ମଧ୍ୟ ଓ ପଶ୍ଚିମ ଓଡିଶାବାସୀଙ୍କ ପାଇଁ ଗମନାଗମନ ବ୍ୟବସ୍ଥା ଆହୁରି ସୁଦୃଢ ହୋଇପାରିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମାଧ୍ୟମରେ ଯୋଡି ହୋଇ ଏକକାଳୀନ ୯ଟି “ବନ୍ଦେ ଭାରତ ଏକ୍ସପ୍ରେସ୍” ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି । ଓଡିଶାକୁ ଦ୍ୱିତୀୟ “ବନ୍ଦେ ଭାରତ ଏକ୍ସପ୍ରେସ୍” ଚଳାଚଳର ପ୍ରତିଶୃତି ବହୁ ଶୀଘ୍ର ପୁରଣ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ରାଜ୍ୟ ସଭାପତି ଶ୍ରୀ ସାମଲ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି।
ଅଧିକ ପଢ଼ନ୍ତୁ ରାଜନୀତି ଖବର