ରାଜଧାନୀରେ ବିବାହ, ବ୍ରତ, ଶୁଦ୍ଧିକ୍ରିୟା ଇତ୍ୟାଦି ସାମାଜିକ କାର୍ଯ୍ୟକ୍ରମରେ ସର୍ବାଧିକ ୫୦ ଲୋକଙ୍କୁ ଅନୁମତି ଫଳରେ ସେମାନଙ୍କ ଜୀବନ ଜୀବିକା ପ୍ରଭାବିତ ହେବ ବୋଲି ସେମାନେ କହିଛନ୍ତି। ପୂର୍ବ ନିଷ୍ପତ୍ତି ମୁତାବକ ୨୫୦ ଲୋକଙ୍କୁ ଅନୁମତି ଦେବାକୁ ଦାବି କରିଛନ୍ତି।
ବିଏମସିର ଏହି ରାତି ଅଧିଆ ନୂଆ ଗାଇଡ଼ଲାଇନକୁ ବିରୋଧ କରି ସଂଘ ବିଏମସି କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି । ଦାବି ପୂରଣ ନ ହେଲେ ଆନ୍ଦୋଳନ ତୀବ୍ର କରାଯିବା ସହ ରାସ୍ତା ରୋକ କରିବାକୁ ଚେତାବନୀ ଦେଇଛନ୍ତି।