ତେବେ ସ୍ଥାନୀୟ ଲୋକେ ଦୁଇ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ସ୍ଥାନୀୟ ରାସ୍ତାକୁ ପଥର ପକାଇ ଅବରୋଧ କରି ରଖିଛନ୍ତି । ଦୋଷୀଙ୍କୁ ନଧରିବା ପର୍ଯ୍ୟନ୍ତ ଏବଂ କ୍ଷତି ପୂରଣ ନ ମିଳିବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ହଟିବ ନାହିଁ ଲୋକେ ଜିଦରେ ଅଟଳ ରହିଛନ୍ତି । ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି।
ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା କରାଯାଇଥିବା ସନ୍ଦେହ

କନ୍ଧମାଳ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ବୁଦୁଲିପଦର ନିକଟରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଦୁଇ ମୃତକ ହେଲେ ସଂକଳ୍ପ ନାୟକ ଏବଂ ତପନ ବେହେରା । ସଂକଳ୍ପଙ୍କ ଘର ତୁମୁଡିବନ୍ଧ ଶଗଡ଼ିଆ ସାହି ହୋଇଥିବା ବେଳେ ତପନଙ୍କ ଘର ଲାବଣ୍ୟନଗରରେ ବୋଲି ଜଣାପଡ଼ିଛି । ଘଟଣା ସ୍ଥଳରେ ତୁମୁଡ଼ିବନ୍ଧ ପୋଲିସ ପହଞ୍ଚି ଦୁଇ ଯୁବକଙ୍କ ମୃତ ଦେହକୁ ଜବତ କରିବା ସହ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।
Download Argus News App
