ମୋଦି ସରକାରଙ୍କ ପାଇଁ ପୂର୍ବଦୋୟ ରାଜ୍ୟର ବିକାଶ ହୋଇପାରୁଛି
ପିଜୁଳି ଗଛରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି
ଭୁବନେଶ୍ୱର: ଭୁବନେଶ୍ୱର ଡୁମଡୁମା ଅଞ୍ଚଳରେ ପିଜୁଳି ଗଛରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ସସ୍ମିତା ଜେନା । ସେ ବିଭିନ୍ନ ମେଲୋଡିରେ ଗୀତ ଗାଇବା କାମ କରନ୍ତି । ଗତକାଲି ତାଙ୍କ ମୃତଦେହ ଗୋଡହାତ ବନ୍ଧା ହୋଇ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ଏନେଇ ପୋଲିସକୁ ଖବର ଦେବା ପରେ ଶବ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା ।
ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିଲାବେଳେ ପ୍ରେମ କାରଣ ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏ ନେଇ ଜଣେ ଯୁବକଙ୍କୁ ପୋଲିସ ଜିମା ଦିଆଯାଇଛି । ସମ୍ପୃକ୍ତ ଯୁବକଙ୍କ ସହ ପ୍ରେମ ସମ୍ପର୍କକୁ ପରିବାର ଲୋକେ ସହିନପାରି ତାଙ୍କୁ ହତ୍ୟା କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଖଣ୍ଡଗିରି ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
Download Argus News App
