ପରେ ପୋଲିସ ବିଭାଗର ଅଧିକାରୀ ମାନେ ଆସି ପହଞ୍ଚି ଶବକୁ ଜବତ କରିବା ସହ ସାଇଣ୍ଟିଫିକ ଟିମ କୁ ଡ଼କାଇଥିଲେ। ସାଇଣ୍ଟିଫିକ ଟିମ ପହଞ୍ଚି ଶବକୁ ଟିକନିକ ଯାଞ୍ଚ କରିବା ପରେ ଶବଟି ବିବାହିତ ଏବଂ ତାର ଛାତି ପାଖରେ କ୍ଷତ ଚିହ୍ନ ଥିବା ଜଣାପଡିଛି।
ଅଧିକ ଯାଞ୍ଚ କରିବା ପାଇଁ ଶବକୁ ବ୍ୟବଛେଦ ପାଇଁ ପଠାଯିବା ସହ ରିପୋର୍ଟ ଆସିଲେ ମୃତ୍ୟୁ ସମ୍ବଦ୍ଧିୟ ସମସ୍ତ ଘଟଣା ସାମ୍ନାକୁ ଆସିପାରିବ ବୋଲି ପୁରୀ ଜିଲ୍ଲା ଆଡିସନାଲ ଏସପି ପୁର୍ଣଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ପୋଲିସ ପକ୍ଷରୁ ଏକ ୩ ନମ୍ବର ୟୁଡ଼ି କେଶ ୠଜୁ କରାଯାଇଛି। ଅନ୍ୟପଟେ ମହିଳା ଙ୍କ ବୟସ ୩୦ ରୁ ୩୫ ହେବବୋଲି ଅନୁମନ କରାଯାଉଛି। ତେବେ କିଏ ଏହି ମହିଳା ସେ ନେଇ କୌଣସି ତଥ୍ୟ ଜଣାପଡ଼ିନାହିଁ।