ଜେଲରୁ ବାହାରି ପ୍ରଥମେ ଅର୍ଗସକୁ ଦେଲେ ପ୍ରତକ୍ରିୟା...
ଯାଜପୁର: ଯାଜପୁର ଜିଲ୍ଲା କୁଆଖିଆ ଥାନା ରାଜେନ୍ଦ୍ରପୁର ପଞ୍ଚାୟତ ମୂଳାପାଳ ଦିଆଲଖଣ୍ଡି ରାସ୍ତାକଡରେ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର । ଆଜି ସକାଳ ୯ଟା ସମୟରେ ଦୁଇ ଜଣ ଯୁବକ ଜଣେ ଯୁବତୀଙ୍କୁ ଏକ ସ୍କୁଟିରେ ନେଉଥିବା କିଛି ପ୍ରତ୍ୟକ୍ଷଦର୍ଶୀ ଦେଖିବାକୁ ପାଇଥିଲେ । ପରେ ଉକ୍ତ ରାସ୍ତାକଡରେ ଏକ ଯୁବତୀଙ୍କ ମୃତଦେହ ପଡିଥିବାର ଖବର ଆସିଥିଲା ।
ତେବେ ଯୁବତୀଙ୍କ ମୃତଦେହ ପାଖରେ ବ୍ୟାଗ ପଡିଥିବାବେଳେ ତାଙ୍କ ପରିଚୟ ମିଳିପାରିନାହିଁ । କୁଆଖିଆ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଯୁବତୀଙ୍କ ସହିତ କିଛି ଖରାପ ସଂପର୍କ ରଖାଯାଇଛି କି ନାହିଁ, ତାଙ୍କର ମୃତ୍ୟୁ କିପରି ହୋଇଛି ତାର ମଧ୍ୟ ସୂଚନା ମିଳିପାରିନାହିଁ ।