Headlines 12pm
ଭୁବନେଶ୍ୱର: ଭୁବନେଶ୍ୱରରେ ମୁଣ୍ଡବୀହିନ ମହିଳାଙ୍କ ମୃତଦେହ ମିଳିବା ଘଟଣା । ପୋଲିସକୁ ମିଳିଲା ମୁଣ୍ଡବୀହିନ ମହିଳାଙ୍କ ପରିଚୟ । ମୃତକ ରାଜଧାନୀର ଆଖପାଖ ଜିଲ୍ଲାର ହୋଇଥିବା ସୂଚନା ମିଳିଛି । ପ୍ରେସମିଟ କରି ଏନେଇ ସବିଶେଷ ତଥ୍ୟ ଦେବ କମଶନରେଟ ପୋଲିସ । ଫେବୃଆରୀ ୪ ତାରିଖରେ ରାଜଧାନୀ ଉପକଣ୍ଠ ଚନ୍ଦକା ଦାସପୁର ଅଞ୍ଚଳରୁ କଟା ମୁଣ୍ଡ ମହିଳାଙ୍କ ମୃତଦେହ ମିଳିଥିଲା ।
ତେବେ ମହିଳା ଜଣଙ୍କ ପରିଚୟ କଣ ଓ କିଏ ତାଙ୍କୁ ଏଭଳି ବିଭତ୍ସ ଭାବେ ହତ୍ୟା କଲା । ଓ ହତ୍ୟାକାଣ୍ଡ ପଛର କାରଣ କଣ ତାହା ଛାନଭିନ କରୁଛି ପୋଲିସ । ଏପରିକି ମହିଳାଙ୍କ ପରିଚୟ ଦେଲେ ୫୦ ହଜାର ଟଙ୍କା ମିଳିବ ବୋଲି ଚାରିଆଡେ ପୋଷ୍ଟର ଲଗାଇଥିଲା କମିଶନରେଟ୍ ପୋଲିସ । ଏବେ ମୃତକଙ୍କ ପରିଚୟ ମିଳିବା ପରେ ପୋଲିସର ତଦନ୍ତ ଆଗେଇଛି ।