କେନାଲ ନିକଟସ୍ଥ ରହୁଥିବା ଏକ ଦମ୍ପତ୍ତିଙ୍କ କହିବା ଅନୁଯାୟୀ ଆଜି ସକାଳେ କିଛି ଲୋକ ସୋମବାର ମନ୍ଦିର ଦର୍ଶନ ପାଇଁ ଯାଇଥିଲେ। କିନ୍ତୁ ସେଠାରେ ଏକ ଶିଶୁର ମୃତଦେହ ପଡ଼ିଥିବା ଦେଖି ଲୋକେ ଡରିଯାଇଥିଲେ। ଶିଶୁର ନିକଟକୁ ଯାଇ ଦେଖିଥିଲେ କିନ୍ତୁ ଶିଶୁଟି ମୃତ ଅବସ୍ଥାରେ ପଡ଼ିଥିଲା। ସେମାନେ ଏନେଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ଏନେଇ ଘଟଣାସ୍ଥଳରେ ପହଞ୍ଚି ଶିଶୁର ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି।
ନବଜାତକର ମୃତଦେହ ଠାବ

ଅର୍ଗସ ବ୍ୟୁରୋ: ମାଲକାନଗିରି ସଦର ମହକୁମା ନିକଟସ୍ଥ ହରଗୌରୀ ମନ୍ଦିର ନିକଟରେ ଏକ ନବଜାତକର ମୃତ ଦେହ ପଡିଥିବା ଦେଖାଯାଇଛି । କୌଣସି ଅବାଞ୍ଛିତ ଗର୍ଭପାତ ହୋଇଥବା ଅନୁମାନ କରାଯାଉଛି । ପୋଲିସ ତଦନ୍ତ ପରେ ସତ୍ୟତା ଜଣାପଡିବ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକଙ୍କୁ ସଚେତନ କରିବାପାଇଁ ସରକାରଙ୍କ ତରଫରୁ ବ୍ୟାପକ ପଦକ୍ଷେପ ନିଆଯାଉଛି ହେଲେ ଏହାର ସଫଳ ରୂପାୟନ ହୋଇପାରୁନି। କାରଣ ଝିଅମାନେ ପାଠଶାଠ ନ ପଢ଼ି ଶୀଘ୍ର ବିବାହ କରି ମା’ ହେଉଛନ୍ତି। ତେବେ ଏହା ଏକ ଅବାଞ୍ଛିତ ଗର୍ଭପାତ କି କୁମାରୀ ମାତୃତ୍ବରୁ ଜନ୍ମ ନେଇଥିବା ଶିଶୁ ତାହା ଜଣାପଡ଼ିନି।
Download Argus News App
