ହେଲେ ୧୯ ଦିନ ପୂର୍ବେ ଘରୁ କେଉଁଆଡେ ଚାଲିଯାଇଥିଲେ ମଧ୍ୟ ଆଉ ଘରକୁ ଫେରିନଥିଲେ l ତେବେ ଆଜି ମୋହନା କଲେଜ ନିକଟ ପାହାଡ଼ରେ ନିର୍ମାଣଧୀନ କୁକୁଡ଼ା ଫାର୍ମ ନିକଟରେ ଗୋଟିଏ ଗଳିତ ମୃତଦେହ ପଡିଥିବା ଦେଖିଥିଲେ କିଛି ଲୋକ l ଘଟଣା ପ୍ରଘଟ ବହୁ ଲୋକଙ୍କର ଭିଡ଼ ହୋଇଥିଲା। ତେବେ ଶବଟି ନଷ୍ଟ ହୋଇଯାଇଥିବାରୁ ତାଙ୍କର ପୋଷାକ ଦେଖି ଏହା ସୁଶାନ୍ତଙ୍କ ମୃତଦେହ ବୋଲି ଚିହ୍ନଟ କରିଛନ୍ତି ପରିବାର ଲୋକେ l ଘଟଣା ସ୍ଥଳରେ ମୋହନା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି l ତେବେ ମୃତ ସୁଶାନ୍ତଙ୍କ ଗୋଟିଏ ୧୫ ଦିନର ପୁଅ ଥିବା ବେଳେ ପରିବାରରେ ଏବେ ଶୋକର ଛାୟା ଖେଳିଯାଇଛି ।