ଆଜି ମୃତଦେହ ଉଦ୍ଧାର ହୋଇଛି। ମୁଣ୍ଡ ସହ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ସନ୍ଧାନି କୁକୁର ଏବଂ ସାଇଣ୍ଟିଫକ ଟିମ ତଦନ୍ତ କରିବା ପାଇଁ ପହଞ୍ଚିଛନ୍ତି ।
ଅଧିକ ପଢନ୍ତୁୂ ଓଡ଼ିଶା ଖବର
ବ୍ରହ୍ମପୁର: ଗଞ୍ଜାମ ପାଟପୁର ଥାନା ବୃନ୍ଦାବନପୁର ଗାଁ ଜଙ୍ଗଲରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର। ମୃତକ ବୃନ୍ଦାବନପୁର ଗାଁର ସନାତନ ନାଇକଙ୍କ 20 ବର୍ଷର ପୁଅ ଅନିଲ । ତେବେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଉଛି । କାଲିଠାରୁ ଛେଳି ଚରାଇବାକୁ ଯାଇ ନିଖୋଜ ଥିଲେ ।
ଆଜି ମୃତଦେହ ଉଦ୍ଧାର ହୋଇଛି। ମୁଣ୍ଡ ସହ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ସନ୍ଧାନି କୁକୁର ଏବଂ ସାଇଣ୍ଟିଫକ ଟିମ ତଦନ୍ତ କରିବା ପାଇଁ ପହଞ୍ଚିଛନ୍ତି ।
ଅଧିକ ପଢନ୍ତୁୂ ଓଡ଼ିଶା ଖବର
ଭୁବନେଶ୍ୱର/ନୂଆଦିଲ୍ଲୀ: ଦୁର୍ନୀତି ବିରୋଧରେ ମୋଦିଙ୍କ କାର୍ଯ୍ୟାନୁଷ୍ଠାନ ଗ୍ୟାରେଣ୍ଟି । ଆସନ୍ତାକାଲି ସଂସଦ ଗାନ୍ଧିମୂର୍ତ୍ତି ସାମ୍ନାରେ ଧାରଣା ଦେବ ବିଜେପି । ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ ଏବେ ଟ୍ବିଟ୍ କରି ଦୁର୍ନୀତିଖୋରଙ୍କୁ ଚେତାଇ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଧାରଣାର ସାଇଡ ଇଫେକ୍ଟ ହେବ କି ବିଜେଡି ମୁହାଁ ? ପ୍ରଧାନମନ୍ତ୍ରୀ ମୋଦିଙ୍କ ଭ୍ରଷ୍ଟାଚାର ବିରୋଧୀ ଗ୍ୟାରେଣ୍ଟିକୁ ନେଇ କଂଗ୍ରେସ ଶିବିରରେ କମ୍ପନ। ଝାଡ଼ଖଣ୍ଡ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ପରିବାରର ବ୍ୟବସାୟିକ ପ୍ରତିଷ୍ଠାନରୁ ଶହଶହ କୋଟି ନଗଦ ଟଙ୍କା ମିଳିବା ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା। ଦୀର୍ଘ 5 ଦିନ ଧରି ଟଙ୍କା ଗଣତି ଚାଲିଥିଲେ ବି ସରୁନି। ଆଇଟି ରେଡରେ କଂଗ୍ରେସ ସାଂସଦଙ୍କ କଳା କାରନାମାର ପର୍ଦ୍ଦାଫାସ ହୋଇଥିବାରୁ ସଣ୍ଡୁଆସୀ ଆକ୍ରମଣ କରୁଛି ବିଜେପି। ପ୍ରଧାନମନ୍ତ୍ରୀଙ୍କ ଗ୍ୟାରେଣ୍ଟି ଟ୍ବିଟ୍ ପରେ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କରିଛନ୍ତି ଆଟାକ୍। ଯଦି କଂଗ୍ରେସ ଦୁର୍ନୀତିର ଗ୍ୟାରେଣ୍ଟି ହୁଏ ତେବେ ଦୁର୍ନୀତି ବିରୋଧରେ ମୋଦି କାର୍ଯ୍ୟାନୁଷ୍ଠାନର ଗ୍ୟାରେଣ୍ଟି ବୋଲି ଟ୍ବିଟ୍ କରିଛନ୍ତି ନଡ୍ଡା।
ସେପଟେ କଂଗ୍ରେସ ଏଥିରୁ ନିଜକୁ ଦୂରେଇବାକୁ କରିଛି ଚେଷ୍ଟା। ଧୀରଜ ସାହୁଙ୍କ ବ୍ୟକ୍ତିଗଡ଼ ବ୍ୟବସାୟ ସହ ପାର୍ଟିର କିଛି ଲେନ୍ ଦେନ୍ ନାହିଁ ବୋଲି ସଫେଇ ଦେଇଛି ଦଳ। ତେବେ ଚଟୁ ନିରାମିଷ ବେଣ୍ଟ ଆମିଷ ହେବ କିପରି ? ତେଣୁ କଂଗ୍ରେସକୁ ଘେରିବା ପାଇଁ ବିଜେପି କରିଛି ବଡ଼ ରଣନୀତି । ଆସନ୍ତାକାଲି ସଂସଦ ଭବନ ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେବେ ବିଜେପି ସାଂସଦ। ସେପଟେ ଖୋଲୁଛି ଧୀରଜ ସାହୁଙ୍କ ମଦ ସାମ୍ରାଜ୍ୟର ଗୁମର। ପଞ୍ଚମ ଦିନରେ ବି ଆୟକର ବିଭାଗର ମାରାଥନ୍ ଚଢାଉ ଜାରି ରହିଛି । ଶହ ଶହ କୋଟିର ମଦ ଘୋଟାଲାରେ ବିଜେଡି ଲିଙ୍କ ସାମ୍ନାକୁ ଆସିଛି । ଅଭିଯୁକ୍ତ ଦୀପକ ସାହୁଙ୍କ କମ୍ପାନୀର ଗାଡ଼ି ବ୍ୟବହାର କରୁଥିଲେ ମନ୍ତ୍ରୀ ଟୁକୁନି ସାହୁ। ଶହଶହ କୋଟିର ମଦ ଘୋଟାଲାରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଜେଡି ନେତା ରାଜେନ୍ଦ୍ର ଢୋଲକିଆ, ପ୍ରଦୀପ ଅମାତ, ଯୋଗେଶ ସିଂଙ୍କ ଭଳି ନେତାଙ୍କ ସଂପୃକ୍ତି ଅଭିଯୋଗ ଆଣିଛି ବିଜେପି । ତେଣୁ ବିଜେପିର ଭ୍ରଷ୍ଟାଚାର ବିରୋଧୀ ଗ୍ୟାରେଣ୍ଟିର ଶିକାର କେବଳ କଂଗ୍ରେସ ନୁହେଂ ବିଜେଡୁ ଉପରେ ବି ପଡ଼ିବ ବିଜେପି ଆନ୍ଦୋଳନର ସିଧା ସିଧା ପ୍ରଭାବ। କାରଣ ଏଯାଏ ଏ ପ୍ରସଙ୍ଗରେ ମୁହଁ ଖୋଲୁନି ବିଜୁ ଜନତା ଦଳ।
ଝାଡ଼ଖଣ୍ଡରୁ ଓଡ଼ିଶା ଯାଏ ଲମ୍ବିଛି ସାହୁ ପରିବାରର କଳା ସାମ୍ରାଜ୍ୟ । ଦୀର୍ଘବର୍ଷ ଧରି ଓଡ଼ିଶାରେ ବ୍ୟବସାୟ କରି ଓଡ଼ିଆଙ୍କ ଝାଳବୁହା ଧନ ଲୁଟ ପାଇଁ ଯେଉଁମାନେ ଉତ୍ତରଦାୟୀ, ସେମାନେ ମୁହଁରେ ତୁଣ୍ଡି ନ ବାନ୍ଧି ଉତ୍ତର ଦେବାକୁ ବାଧ୍ୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: ଗରିବ ଓଡ଼ିଆଙ୍କୁ ଲୁଟ୍ କରି ଛିଡ଼ା କରାଗଲା ଟଙ୍କା ପାହାଡ଼। 5 ଦିନ ପରେ ବି ସରୁନି ଗଣା। ମଦ ଟଙ୍କା 500 କୋଟି ପାର ହେବାର ଆକଳନ। କେବଳ ଟଙ୍କା ଆଦାୟ ପାଇଁ ମଦ ନୀତିରେ ଦେଶୀ ମଦକୁ ପ୍ରୋତ୍ସାହନ। ବିଜେପିର ଅଭିଯୋଗ, ବିଜେଡି ଫଣ୍ଡିଂରେ ମଦ ବ୍ୟବସାୟୀଙ୍କ ବଡ଼ ଭୂମିକା। କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଲେ, ଯେଉଁମାନେ ଉତ୍ତରଦାୟୀ, ସେମାନେ ମୁହଁରେ ତୁଣ୍ଡି ନ ବାନ୍ଧି ଉତ୍ତର ଦେବାକୁ ବାଧ୍ୟ।
ଓଡ଼ିଶାର ସବୁଠୁ ବଡ଼ ଆଇଟି ରେଡରେ ଜବତ ଟଙ୍କାର ପାହାଡ଼କୁ ଗଣି ଗଣି ହାଲିଆ ହାଲିଆ ହେଲେଣି କର୍ମଚାରୀ। କିନ୍ତୁ ସରୁନି ହିସାବ। 30ଟି ମେସିନରେ ଟଙ୍କା ଗଣା ଚାଲିଛି। ବ୍ୟାକଅପ୍ ପାଇଁ ୧୦ ମେସିନ ସହ ରୋବୋଟିକ ମେସିନ ବି କାମରେ ଲାଗିଛି । ଗଣାସରିବା ୩ଟା ମେସିନରେ ବଣ୍ଡଲିଂ କରାଯାଉଛି। ବଲାଙ୍ଗିରରୁ ଜବତ ୧୭୬ ବସ୍ତା ମଧ୍ୟରୁ ୧୪୦ ବସ୍ତାର ଗଣତି ସରିଲାଣି । ଜବତ ଟଙ୍କାର ପରିମାଣ 500 କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଉଛି।
ଗରିବ ଓଡ଼ିଶାବାସୀଙ୍କୁ ଲୁଟି ଛିଡ଼ା କରାଯାଇଛି ଏ ଟଙ୍କାର ପାହାଡ଼। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେତେ ପ୍ରଭାବଶାଳୀ ହେଲେ ବି କେଳେଙ୍କାରୀରେ ସମ୍ପୃକ୍ତ କାହାରିକୁ ଛାଡ଼ିବେନି ମୋଦି ସରକାର। ଅଭିଯୁକ୍ତ କଂଗ୍ରେସ ସାଂସଦଙ୍କ ପରିବାର ଲଗାତାର ଓଡ଼ିଶାରେ କରିଆସୁଥିଲା ବ୍ୟବସାୟ। ଯେଉଁମାନେ ଉତ୍ତରଦାୟୀ, ସେମାନେ ମୁହଁରେ ତୁଣ୍ଡି ନ ବାନ୍ଧି ଉତ୍ତର ଦେବାକୁ ବାଧ୍ୟ। ଏତେ ଟଙ୍କା, ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା। ଓଡ଼ିଶା ଭଳି ରାଜ୍ୟରେ ମଦରୁ ଏତେ ଟଙ୍କା ଆଦାୟ ହେବା ଆଶ୍ଚର୍ଯ୍ୟର କଥା। କିନ୍ତୁ ପ୍ରଶ୍ନ ଉଠୁଛି ଏତେ ଟଙ୍କା ଆଦାୟ ହେଲା ନା ଆଦାୟ କରାଗଲା।
ସବୁଠାରୁ ବଡ଼ ଆଙ୍ଗୁଳି ଉଠୁଛି ଓଡ଼ିଶାର ଶାସନ କଳ ଓ ଶାସକ ଦଳ ଉପରେ। ଆଉ ପ୍ରଶ୍ନ ଘେରକୁ ଆସିଛି ରାଜ୍ୟ ସରକାରଙ୍କ ମଦ ନୀତି। ଅଭିଯୋଗ ହେଉଛି ଉଦ୍ଦେଶ୍ୟ ମୂଳକ ଭାବେ ଦେଶୀମଦକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରସ୍ତୁତ କରାଯାଇଛି ମଦ ନୀତି । ମନଇଚ୍ଛା ଟଙ୍କା ଆଦାୟ ପାଇଁ ଏଥିରେ ବ୍ୟବସ୍ଥା କରାଯାଇଛି। 25 ବର୍ଷ ହେଲା ରାଜ୍ୟରେ ହୋଇନାହିଁ ମଦ ଲାଇସେନ୍ସ ପାଇଁ ଚେଣ୍ଡର। ବାରମ୍ବାର ମୁଷ୍ଟିମେୟ ଲୋକଙ୍କର ମଦ ବ୍ୟବସାୟ ଲାଇସେନ୍ସ ରିନ୍ୟୁ କରାଯାଉଛି । ଆଉ ଏହି ବ୍ୟବସାୟୀ ମାନେ ହିଁ ଶାସକ ବିଜେଡିର ଦଳୀୟ ଫଣ୍ଡିଂର ଆଗରେ।
ମଦ ସାମ୍ରାଜ୍ୟର ଗୁମର ଖୋଲୁଛି ତା ସହ ସାମ୍ନାକୁ ଆସୁଛି ମଦ ବ୍ୟବସାୟୀଙ୍କ ସହ ବିଜେଡି ନେତା ଓ ମନ୍ତ୍ରୀଙ୍କ ଲିଙ୍କର ପ୍ରମାଣ। ରାଜ୍ୟ ପୋଲିସ, ଅବକାରୀ ବିଭାଗରୁ ନେଇ ଭିଜିଲାନ୍ସ ଏତେ ତଦନ୍ତକାରୀ ସଂସ୍ଥା କାହିଁକି ଚୁପ୍ ଥିଲେ ତାହା ସବୁଠାରୁ ବଡ଼ ପ୍ରଶ୍ନ।
ଅଧିକ ପଢନ୍ତୁ ଓଡ଼ିଶା ଖବର