ଫଳରେ ପରିବାର ଲୋକଙ୍କ କାନ୍ଧରେ ୩ କିଲୋମିଟର ବୁହା ହେଲା ମୃତଦେହ। ସୂଚନା ଅନୁଯାଇ ଗୁରବାର ଦିନ ଦୁରୁପାଇ ଗ୍ରାମର ତାଚେରି ମାଝୀ କୌଣସି କାର୍ଯ୍ୟରେ ନିଜ ଘରୁ ସାଇକେଲରେ ବାହାରକୁ ଯାଇଥିଲେ। ବିଳମ୍ବିତ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଏହି ସମୟରେ ଗାଁ ନିକଟସ୍ଥ ଏକ ରାସ୍ତାକଡରେ ତାଚେରି ମାଝୀ ପଡିଥିବା ଦେଖିବାକୁ ପାଇ ପରିବାର ଲୋକେ ଘରକୁ ଆଣିଥିଲେ। ଘରୁକୁ ଆଣିବା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ।
ଏନେଇ ଶୁକ୍ରବାର ଦିନ ତାଚେରି ମାଝୀଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ଲୋକେ କାଶୀପୁର ଥାନାରେ ଏତଲା ମଧ୍ୟ ଦେଇଥିଲେ। ଏନେଇ କାଶୀପୁର ପୋଲିସ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସାଇଣ୍ଟିଫିକ ଟିମ ଡକାଇ ଘଟଣାର ଅଧିକ ଛାନଭିନ କରିଥିଲେ।
ଆଜି ଶବ ବ୍ୟବଚ୍ଛେଦ ପାଇଁ କାଶୀପୁର ଆଣିବା ସମୟରେ ଗାଁକୁ ପକ୍କା ରାସ୍ତା ନଥିବାରୁ ଗ୍ରାମକୁ ଗାଡି ଯାଇପାରିନଥିଲା। ଫଳରେ ପରିବାର ଲୋକଙ୍କ ସହାୟତାରେ ଶବକୁ ୩ କିଲୋମିଟର ବୋହି ଗାଡି ନିକଟକୁ ଅଣାଯାଇଥିଲା। ଏହାପରେ କାଶୀପୁରରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି।