ସୂଚନା ଅନୁସାରେ, ଅପମୃତ୍ୟୁ ମାମଲାରେ ଜଣେ ବ୍ୟକ୍ତିଙ୍କ ଶବକୁ ପୋଲିସ ଅଚଳ ଫ୍ରିଜରରେ ୧୫ ଘଣ୍ଟା ରଖିବାରୁ ଉକ୍ତ ଶବଟି ଖରା ଗରମରେ ପଚିଶଢି ଯାଇଥିବା ଦେଖିବାକୁ ମିଳିଛି। ମୃତକଙ୍କ ପରିବାର ଲୋକେ ଆସି ଶବ ଦେଖିବା ବେଳକୁ ପଚାଶବ ଫ୍ରିଜରରୁ ବାହାରିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ତେବେ ପୋଲିସ ଜାଣିଶୁଣି କାହିଁକି ଅଚଳ ଫ୍ରିଜରରେ ମୃତଦେହ ରଖିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶବ ପଚିଯିବା ପାଇଁ ପୁଲିସକୁ ଦାୟି କରିଛନ୍ତି ମୃତକଙ୍କ ପରିବାର । ତେବେ ଏହା ଶବ ପ୍ରତି ଅସମ୍ମାନ ବୋଲି ଅଂଚଳରେ ଚର୍ଚ୍ଚା ହେଉଛି। ମୃତକ ଜଣକ ହେଲେ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ବଡତୋଣ୍ଡା ଗ୍ରମାର ଦୀପକ କୁମାର ସାହୁ ବୋଲି ଜଣାପଡିଛି ।
ଆହୁରି ଅଧିକ ଓଡିଶା ଖବର ପଢନ୍ତୁ...