ଗତ 14ତାରିଖ ଦିନ 3ଟା ସମୟରେ ସାନଜରିଆ ଗ୍ରାମର ସୁବାଶିଷ ବାରିକ କେନ୍ଦ୍ରାପଡ଼ା ଷ୍ଟେଟବ୍ୟାଙ୍କରୁ ଟଙ୍କା ଉଠାଇ ନିଜ ଗାଁ ଫେରିବା ବାଟରେ ଦୁଇ ଜଣ ବ୍ରାଉନସଗାର ମାଫିଆ ତାଙ୍କୁ ଏକ ବାଇକ ଯୋଗେ ଫଲୋ କରିଥିଲେ। କେନ୍ଦ୍ରାପଡ଼ା ସହର କୁ ଛାଡି କିଛି ଦୁରେଇ ଦୁଇ ଲୁଟେରା ସୁବାଶିଷ ଙ୍କ ବାଇକ ଆଗରେ ତାଙ୍କ ବାଇକ ରଖି ହଟାତ ସୁବାଶିଷ ଙ୍କ ମୁଣ୍ଡରେ ବନ୍ଧୁକ ରଖି ତାଙ୍କ ନିକଟରେ ଥିବା 25ହାଜର ଟଙ୍କା ଓ଼ ମୋବାଇଲ ଛଡ଼ାଇନେଇଥିଲେ। ଭୟଭୀତ ହୋଇ ସୁବାଶିଷ ପ୍ରଥମେ ପଟ୍ଟାମୁଣ୍ଡାଇ ଥାନାର ଦ୍ଵାରସ୍ତ ହୋଇଥିଲେ ।
ପରେ ପରେ କେନ୍ଦ୍ରାପଡ଼ା ସଦର ଥାନାରେ fir ଦେବାପରେ ସଦର ପୋଲିସ ସବୀର ନାମକ ଜଣେ ବ୍ରାଉନସୁଗାର ମାଫିଆକୁ ଗିରଫ କରିଛି । ଏହି ଘଟଣା ଜଣା ପଡିବା ପରେ ଅନ୍ୟ ମାଫିଆ ମାନେ ସୁବାଶିଷ ଙ୍କୁ ଜୀବନରୁ ମାରିଦେବା ପାଇଁ ଫୋନ ଯୋଗେ ଧମକ ଦେଇଥିବା ସୁବାଶିଷ ଅଭିଯୋଗ କରିଛନ୍ତି ।
ତେବେ ଏଠାରେ ପ୍ରଶ୍ନ ଉଠେ କେନ୍ଦ୍ରାପଡ଼ାରେ ଆଇନ ଶୃଙ୍ଖଳା କିପରି ରହିଛି । ଏନେଇ ସଦର ଥାନା ଅଧିକାରି କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ଅନ୍ୟ ପକ୍ଷରେ ନ୍ୟାୟ ପାଇଁ ସାବଶିଷ ଓ଼ ତାଙ୍କ ବାପା ସଦର ଥାନା ସମ୍ମୁଖରେ ପ୍ରତିବାଦ କରିଛନ୍ତି ।