#SPECIAL_DISCUSSION: 'ତୋର ମୋର ଯୋଡ଼ି ସୁନ୍ଦର'
ଭୁବନଶ୍ୱର: ଆସନ୍ତାକାଲିଠୁ ବିଧାନସଭା ବଜେଟ ଅଧିବେଶନ । ବିଧାନସଭା ଅଧିବେଶନ ପାଇଁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଏହି ବୈଠକରେ ବିରୋଧୀ ଦଳ ନେତା , ସଂସଦୀୟ ବ୍ୟାପାର ମନ୍ତ୍ରୀ, ସରକାରୀ ଦଳର ମୁଖ୍ୟ ସଚେତକ ଓ କଂଗ୍ରେସର ବିଧାୟକ ଦଳର ନେତା ଉପସ୍ଥିତ ରହିବେ। ଗୃହ ସୁରୁଖୁରରେ ଚାଲିବା ନେଇ ହେବ ଆଲୋଚନା ।
ବିଧାନସଭାରେ ଫେବୃୟାରୀ ୧୮ ରୁ ଏପ୍ରିଲ ୯ ପର୍ଯ୍ୟନ୍ତ ଚାଲିବ ଏହି ବଜେଟ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣରୁ ଚଳିତବର୍ଷର ବଜେଟ ଅଧବେଶନ ଆରମ୍ଭ ହୋଇ ୨୨ ତାରିଖରେ ଗୃହରେ ଉପସ୍ଥାପନା ୨୦୨୧-୨୨ର ଆର୍ଥିକ ବର୍ଷର ରାଜ୍ୟ ବଜେଟ।