ପୋଲିସ ଚିହ୍ନଟ କରି କାହା ଘର ଭାଙ୍ଗୁଛି ତ ଆଉ କେଉଁ ବସ୍ତିରେ ପଶି ଅପରାଧୀଙ୍କୁ ଖୋଜୁଛି । ରାଜଧାନୀରେ ହେଉଥିବା ଅଧିକାଂଶ ଲୁଟ ଛିନତାୟୀ ପଛରେ ରାଜେଶ ମହାପାତ୍ର ଓ ତାର ଗ୍ୟାଙ୍ଗର ହାତ ଥିବା ପୋଲିସ ଜାଣିବା ପରେ ଅପରାଧ ରୋକିବା ପାଇଁ ଏବେ active ହେଇଛି କମିସନରେଟ ପୋଲିସ । ଆଜି କ୍ୟାପିଟାଲ ଥାନା ଅନ୍ତର୍ଗତ ପିଚୁ ପଡିଆ ବସ୍ତି ରେ ରାଜେଶ ଘରେ ପୋଲିସ ରେଡ଼ କରିବା ସହ ରାଜେଶ ଘରର ଆଜବେଷ୍ଟ, କାନ୍ଥ ତାଡି ଅନେକ ମାରଣାସ୍ତ୍ର ଜବତ କରିଛି ।
ଘଟଣାସ୍ଥଳରୁ ଖଣ୍ଡା, ଭୁଜାଲି, ଚାପଡ଼, ଖେଳନା ବନ୍ଧୁକ ଜବତ କରିଛି ପୋଲିସ। ରାଜେଶ ଘରେ ଆହୁରି ଅନେକ ହତିଆର ଥିବା ପୋଲିସ ସନ୍ଦେହ କରୁଛି । ନାବାଳକ ରାଜେଶ ରାଜଧୀନର ବିଭନ୍ନ ଅଞ୍ଚଳରେ ବୁଲି ବୁଲି କରୁଥିଲା ଲୁଟପାଟ । ରାଜେଶର ଗ୍ୟାଙ୍ଗ ରେ ଅଛନ୍ତି ଅନେକ ସଦସ୍ୟ । ତେବେ ରାଜେଶ ସହିତ ଆଉ ଦୁଇ ଅପରାଧୀଙ୍କୁ ଚିହ୍ନଟ କରିଛି ପୋଲିସ । ସିସିଟିଭି ଫୁଟେଜ ଜରିଆରେ ଏସମସ୍ତ ଅପରାଧୀ ଙ୍କୁ ଚିନ୍ହଟ କରାଯାଇଛି ।
ଭୁବନେଶ୍ବରରେ ଲୂଟପାଟ କରିଥିବା କିଛି ଦୃଶ୍ୟ ଉପରେ ନଜର ପକାନ୍ତୁ । ୧୨ ଏପ୍ରିଲ ୨୦୨୨ ସୁନ୍ଦରପଦା ବ୍ୟବସାୟୀ ନିରଞ୍ଜନ ସାହୁ ଦୋକାନ ବନ୍ଦ କରି ଯାଉଥିବା ସମୟରେ ଲୁଟେରା ମାନେ ତାଙ୍କୁ ହାଣି ଲୂଟ ପାଟ କରିଥିଲେ ଲୁଟେରା । ଗତକାଲି ବି ନୟାପଲ୍ଲୀ ଥାନା ଅଂଚଳରେ ମା ଝିଅ ବଡି ଭୋର ସ୍କୁଲ ଯାଉଥିବା ସମୟରେ ମାକୁ ଆକ୍ରମଣ କରି ସୁନା ଚେନ ଲୁଟିଥିଲେ ଲୁଟେରା ।
ତେବେ ରାଜଧାନୀର ପ୍ରତ୍ୟେକ ଥାନାରେ ଲୁଟ ଛିନ ତାୟୀ ମାମଲାର ଭିଡ଼ ଜମୁଥିଲା ବେଳେ ଏହା ପଛରେ ଏକ ବଡ଼ ଧରଣର ନାବାଳକ ଗ୍ୟାଙ୍ଗ କାମ କରୁଥିବା ଆସଙ୍କ କରୁଛି ପୋଲିସ ।
ଆହୁରି ଅଧିକ ଓଡିଶା ଖବର ପଢନ୍ତୁ...