ରବିବାର ଭୋର ସମୟରେ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ବୌଦ୍ଧ, କନ୍ଧମାଳ ଜିଲ୍ଲାର କେତେକ ଜାଗାରେ ଘନ କୁହୁଡ଼ି ଆଶଙ୍କା ଅଛି। ଏହାବାଦ୍ ଉପକୂଳ ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜାଗାରେ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ଅଛି । କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ରାଜ୍ୟରେ ୧୭ ତାରିଖରୁ ପୁଣି ଶୀତ ବଢ଼ିବ।
କୁହୁଡି ଚାଦର ତଳେ ରାଜଧାନୀ
ଭୁବନେଶ୍ୱର: କୁହୁଡି ଚାଦର ତଳେ ରାଜଧାନୀ । ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି । ସକାଳୁ ସକାଳୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ରାସ୍ତାର ବିଭିନ୍ନ ସ୍ଥାନରେ ଲୋକେ ନିଆଁ ପୁଉଁଥିବାର ଦେଖିବାକୁ ମିଳିଛି । ସେହିପରି ମର୍ଣ୍ଣିଂୱାର୍କ ପାଇଁ ମଧ୍ୟ ଲୋକେ ସମସ୍ୟାରେ ପଡୁଛନ୍ତି । ଗାଡିମୋଟର ଚଳାଚଳରେ ବଧ୍ୟ ବାଧା ଦେଖିବାକୁ ମିଳିଛି ।ପାଣିପାଗ ବିଭାଗ ପୂର୍ବାନୁମାନ କହୁଛି, ରବିବାର ଭୋର ସମୟରେ ଏଭଳି ଘନ କୁହୁଡ଼ି ଜାରି ରହିବ ୭ଟି ଜିଲ୍ଲାରେ।
Download Argus News App
