ଆମ ସାମଗ୍ରିକ ଗର୍ବ ଓ ଗୌରବର ଫର୍ଦ୍ଦକୁ ଯୋଡ଼ି ମୁକ୍ତକଣ୍ଠରେ ଓଡ଼ିଶାର ଯଶ,କୀର୍ତ୍ତିକୁ ପରିବ୍ରାଜକ ସାଜି ମୁକ୍ତକଣ୍ଠରେ ଉଦଘୋଷଣ କରିବ ଏହି ତିନି ଦିନିଆ ସାଂସ୍କୃତିକ ମହାକୁମ୍ଭ । ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଉଦଘାଟିତ ହେବ ଏହି କାର୍ଯ୍ୟକ୍ରମ। ପ୍ରଥମ ସନ୍ଧ୍ୟାରେ ପରିବେଷିତ ହେବ ଓଡ଼ିଆ ଜନମାନସକୁ ଆନ୍ଦୋଳିକ କରିଥିବା ନାଟକ ଆହେ ନୀଳଶୈଳ । ଯେଉଁଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ପାଇଁ ତତ୍କାଳୀନ ଗଜପତି ଶ୍ରୀରାମଚନ୍ଦ୍ରଦେବଙ୍କ ନିରନ୍ତର ପ୍ରୟାସ ଓ ସଂଘର୍ଷକୁ ଅତି ନିଖୁଣ ଭାବେ ଦର୍ଶାଯାଇଛି । ମଞ୍ଚ ପ୍ରଦର୍ଶନ ବ୍ୟତୀତ ମଞ୍ଚ ତଳେ ମଧ୍ୟ ଦେଖିବାକୁ ମିଳିବ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଲୋକନୃତ୍ୟର ଝଲକ।
ଯାହା ମଧ୍ୟରେ ରହିଛି ଗଞ୍ଜାମର ଯୋଡ଼ିଶଙ୍ଖ,ଦଣ୍ଡ,ପଶୁମୁଖା ନୃତ୍ୟ ଓ ରଣପା। ସେହିପରି ମାଲକାନଗିରିର ପ୍ରାଚୀନ ବଣ୍ଡା ଓ ସୁନ୍ଦରଗଡ଼ର ଓରାମ ନୃତ୍ୟ, ପୁରୀର ସାହିଯାତ ଓ ଘୋଡ଼ାନାଚ, ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ, ଖୋର୍ଦ୍ଧା ଜିଲ୍ଲାର ସାମରିକ କଳା ପାଇକ ନାଚ ଆଦି ପ୍ରର୍ଦଶନ କରାଯିବ। ଓଡ଼ିଶା ପର୍ବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ସ୍ବାଦିଷ୍ଟ ବ୍ୟଞ୍ଜନ,ମିଷ୍ଟାନ୍ନ,ଷ୍ଟ୍ରିଟ୍ଫୁଡ୍ ଗୋଟିଏ ସ୍ଥାନରେ ପରଷାଯିବ। ଦିଲ୍ଲୀ ଓ ଏହାର ଆଖପାଖ ଅଂଚଳର ଖାଦ୍ୟପ୍ରେମୀଙ୍କୁ ଏହା ଖାଣ୍ଟି ଓଡ଼ିଆ ସ୍ବାଦ ପ୍ରଦାନ କରିବ ବୋଲି ଆଶା ରଖିଛନ୍ତି ଆୟୋଜକ ।
ଅଧିକ ପଢନ୍ତୁ ଓଡିଶା ଖବର