ବି-ଟାଉନ୍ରେ ଟ୍ୟାକ୍ସଚୋରି
ଭଦ୍ରକ: ଗ୍ୟାରେଜରେ ହୁତୁ ହୁତୁ ହୋଇ ଜଳିଗଲା 4 ଟି ବସ ଓ ଗୋଟିଏ ସ୍କୋର୍ପିଓ ଗାଡି । ଭଦ୍ରକ ଜିଲ୍ଲା 16 ନମ୍ୱର ଜାତୀୟ ରାଜପଥ ଡାହାଣୀଗଡ଼ିଆ ଛକ ନିକଟ ହରିଶଙ୍କର ଗ୍ୟାରେଜରେ ଘଟିଛି ଏଭଳି ଅଗ୍ନିକାଣ୍ଡ ।
ନିଆଁ ଜଳୁଥିବା ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ସୂଚନା ପାଇ ଅଗ୍ନିଶମ ବାହିନୀର ଦୀର୍ଘ ଘଣ୍ଟାର ପ୍ରୟାସ ପରେ ନିଆଁକୁ ଆୟତ୍ତ କରାଯାଇଛି। ସେପଟେ, ବସ ଭିତରେ ଶୋଇଥିବା କିଛି କର୍ମଚାରୀ ନିଆଁ ଲାଗିବା ଦେଖି ଜୀବନ ବିକଳରେ ବାହାରକୁ ଦୌଡ଼ି ପଳାଇଥିଲେ ।