ଖବରପାଇ ହିନ୍ଦୋଳ ବନାଞ୍ଚଳ ଅଧିକାରୀ ଲୋହିତ କୁମାର ରଥ ଓ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ତଥା ଅନୁଗୁଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ଏମ ଯୋଗ ଦୟାନନ୍ଦ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ବନ ଅଧିକାରୀଙ୍କ ତଦନ୍ତ ସମୟରେ ଘଟଣାସ୍ଥଳରୁ ୫ଟି ବାରାହା ଫାସ ଜବତ କରିଛନ୍ତି । ମୃତ କଲରାପତରିଆ ବାଘର ଶବ ବ୍ୟବଚ୍ଛେଦ କରାଯାଇ ପରେ ପୋଡ଼ି ଦିଆଯାଇଥିବା ଜଣା ପଡ଼ିଛି । ତେବେ କିଏ କାହିଁକି ଜାଲ ବିଛାଇଥିଲା ତାହା ଜଣାପଡିନାହିଁ। ସେପଟେ ବନ ବିଭାଗ ତାର ଅଧିକ ତଦନ୍ତ ଜାରି ରଖିଛି।