ସୂଚନାନୁସାରେ, ଗୋରୁ ବ୍ୟବସାୟୀ ଜଣକ ନିଜ ସହଯୋଗୀଙ୍କ ସହ ବହଳଦା ଗୋରୁ ହାଟକୁ ଆସିଥିଲେ। ଏହି ସମୟରେ ଦୁଇଟି ବାଇକରେ ଚାରି ଜଣ ଦୁର୍ବୁତ୍ତ ଆସି ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ କରି ଟଙ୍କା ଲୁଟି ନେଇଥିଲେ।
ଦୁର୍ବୃତ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ପୋଲିସର ଛାନଭିନ ଜାରି ରହିଛି। ଏସଡିପିଓ ରତିକାନ୍ତ ଗିରିଙ୍କ ନେତୃତ୍ବରେ ଅଭିଯୁକ୍ତଙ୍କୁ ଗିରଫ ପାଇଁ ସମସ୍ତ ସୀମାବର୍ତ୍ତୀ ଥାନାରେ ତନାଘନା ଆରମ୍ଭ ହୋଇଛି। ଏଖବର ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପଟେ ପୋଲିସ ତାର ତଦନ୍ତ ଜାରି ରଖିଛି।