ମୋଦିଙ୍କ ମନକି ବାତରେ ଓଡ଼ିଶାର ନାୟକ ସାରଙ୍କ କଥା
କଳାହାଣ୍ଡି: କର୍ଲାପାଟ ହାତୀ ମଡ଼କର କାରଣ ଖୋଜିବ କେନ୍ଦ୍ରୀୟ ଟିମ । କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ୪ ଜଣିଆ ବିଶେଷଜ୍ଞ ଦଳ କରିବ ସ୍ଥିତି ଅନୁଧ୍ୟାନ । ଆଜିଠୁ ୨୨ ତାରିଖ ଯାଏ ବିଶେଷଜ୍ଞ ଦଳ କର୍ଲାପାଟ ଯାଇ ହାତୀ ମଡ଼କର କାରଣ ଖୋଜିବେ । ପିସିସିଏଫ ଶଶୀ ପଲ ଏନେଇ ସୂଚନା ଦେଇଛନ୍ତି । ଏହାସହ ଡ୍ରୋନ କ୍ୟାମେରା ଓ ଟ୍ରାପ କ୍ୟାମେରା ଦ୍ୱାରା ଅନ୍ୟ ହାତୀଙ୍କ ଗତିବିଧିଙ୍କ ଲକ୍ଷ୍ୟ କରାଯାଉଛି ।
ଏଥିପାଇଁ ଦୁଇ ପ୍ରକାର ଡ୍ରୋନ ବ୍ୟବହାର କରାଯାଉଛି । ଗୋଟିକରେ ଥର୍ମାଲ ସେନ୍ସର ଲାଗିଛି ଯାହା ରାତିର ଗତିବିଧି ନିରୀକ୍ଷଣ କରିବା ସହିତ ତାପମାତ୍ରା ବିଷୟରେ ସୂଚନା ଦେବ । ଅନ୍ୟଟି ହାତୀର ଚଳପ୍ରଚଳ ଉପରେ ନଜର ରଖିବ । ସାହାଣ ରୋଗ ବା ହେମୋରେଜ ସେପ୍ଟିସେମିଆରେ ହାତୀ ମୃତ୍ୟୁ ରାଜ୍ୟରେ ପ୍ରଥମ ଘଟଣା । ଏହି ରୋଗ ସାଧାରଣତଃ ଗାଈ ଗୋରୁଙ୍କୁ ହୋଇଥାଏ । ତେଣୁ ନିକଟରେ ଥିବା ଜନବସତିର ସମସ୍ତ ଗାଈଗୋରୁଙ୍କୁ ଟିକା ଦିଆଯାଉଛି । ହାତୀ ବ୍ୟବହାର କରୁଥିବା ଜଳାଶୟକୁ ମଧ୍ୟ ବିଶୋଧନ କରାଯାଉଛି ବୋଲି କହିଛନ୍ତି ପିସିସିଏଫ ।