ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ 18 ହଜାର 788 କନିଷ୍ଠ ଶିକ୍ଷକ ପଦବୀ ପୂରଣ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଏଥିପାଇଁ ଖୁବଶୀଘ୍ରୀ ପ୍ରକ୍ରିୟା ବି ଆରମ୍ଭ ହେବ । କୃଷକକଙ୍କ ହିତକୁ ନଜରରେ ରଖି ପିଏମ କିଶାନ ଯୋଜନାରେରେ ୫ରୁ ୬ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରାଯିବ । ବିଶେଷ କରି ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀ ଏବଂ କ୍ଷୁଦ୍ର, ମଧ୍ୟମ ଓ ସହରାଞ୍ଚଳ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯିବ। ଏମାନେ ଆଗାମୀ କିସ୍ତିରେ ପିଏମ କିଶାନ ଟଙ୍କା ପାଇବା ନେଇ ମଧ୍ୟ କ୍ୟାବିନେଟରେ ମୋହର ବାଜିଛି । ଚାଷୀଙ୍କର ଜଳସେଚନ ସମସ୍ୟା ଦୂର କରିବା ପାଇଁ ମଧ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଉଠା ଜଳସେଚନ ବିଭାଗର 2ହଜାର 65ଟି ଅଚଳ ପ୍ରକଳ୍ପ ସଅଳ ସଚଳ ହେବ | ଏଥିପାଇଁ 5 ବର୍ଷ ଭିତରେ 1 ହଜାର 44 କୋଟି 84 ଲକ୍ଷ ଟଙ୍କା ବିନିଯୋଗ କରାଯିବ |
ରାଜ୍ୟର ବିଜେପି ସରକାର ପାଇଁ ପ୍ରାଥମିକତା ହେଉଛନ୍ତି ଚାଷୀ ଓ ଗରିବ । ସେଥିପାଇଁ ସେମାନଙ୍କ ସ୍ବାର୍ଥକୁ ସର୍ବାଗ୍ରେ ଗୁରୁତ୍ବ ଦେବା ସହ ସ୍କୁଲରେ ଶିକ୍ଷକ ନିଯୁକ୍ତି କରାଯାଇ ପିଲାଙ୍କ ଭବିଷ୍ୟତ ନିର୍ମାଣ ପାଇଁ ବଡ଼ ବ୍ୟବସ୍ଥା କରିଛନ୍ତି ମୋହନ ସରକାର ।
ଅଧିକ ପଢନ୍ତୁ ଓଡ଼ିଶା ଖବର