ଅଧିକ ପଢନ୍ତୁ: କେନ୍ଦୁଝର ଧରଣୀଧର ମହାବିଦ୍ୟାଳୟ ପାଇଲା ବିଶ୍ବବିଦ୍ୟାଳୟ ମାନ୍ୟତା
ଅନ୍ୟପଣେ ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଜିଲ୍ଲା ଗସ୍ତ ପୂର୍ବରୁ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପ୍ରେସମିଟ୍ କରି ୫ଟି ପ୍ରଶ୍ନ କରାଯାଇଛି । ଧରଣୀଧର ଭେଷଜ ମହାବିଦ୍ୟାଳୟ ପାଇଁ ୨୦୧୬ରେ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା ମାଧ୍ୟମରେ ଜିଲ୍ଲା ଖଣିଜ ପାଣ୍ଠିରେ ଥିବା ସମସ୍ତ ଅର୍ଥ ବିନିଯୋଗ ହୋଇଥିବା ବେଳେ ରାଜ୍ୟ ସରକାର କେତେ ଅର୍ଥ ସହଯୋଗ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛି ଯୁବମୋର୍ଚ୍ଚା । ମହାବିଦ୍ୟାଳୟ ସମ୍ପୂର୍ଣ୍ଣ ଭାବେ DMF ଅନୁଦାନରୁ ଗଠିତ ହୋଇ ଥିବାରୁ ଏହାର ଶ୍ରେୟ ସମସ୍ତ ଜିଲ୍ଲାବାସୀଙ୍କର । କିନ୍ତୁ ମୁଖ୍ୟମନ୍ତ୍ରୀ ନିଜ ପ୍ରଚାର କରି ପର ତିଅଣରେ ଅତିଥି ଚର୍ଚ୍ଚା କରୁଛନ୍ତି ବୋଲି କଟାକ୍ଷ କରିଛି ଯୁବମୋର୍ଚ୍ଚା।
ସେହିପରି ୩ ବର୍ଷ ପୂର୍ବରୁ ଜିଲ୍ଲାର OMBADC ପାଣ୍ଠିରୁ ରାଜ୍ୟ ସରକାର ସୁଧ ଆକାରରେ ନେଇଥିବା ଋଣ କେବେ ପରିଶୋଧ କରିବେ ବୋଲି ପ୍ରଶ୍ନ ରଖିଛି ଯୁବମୋର୍ଚ୍ଚା । 5T ରୂପାନ୍ତରିକରଣରେ ରାଜ୍ୟ ସରକାର ନିଜ ରାଜକୋଷରୁ ସମସ୍ତ ଜିଲ୍ଲାକୁ ପାଣ୍ଠି ଯୋଗାଇଥିବା ବେଳେ ବିନା ଟେଣ୍ଡରରେ କେନ୍ଦୁଝର ଜିଲ୍ଲାର ସମସ୍ତ 5T ପ୍ରକଳ୍ପକୁ ରାଜ୍ୟର ଅନୁଦାନ କାହିଁକି ବନ୍ଦ କଲେ ଏବଂ DMFରୁ ପାଣ୍ଠି ଖର୍ଚ୍ଚ କରି କାହିଁକି ମିଛ ପ୍ରଚାର କଲେ, ତାର ଜବାବ ମଗାଯାଇଛି ।
ରାଜନୀତି ନ୍ୟୁଜ ଆହୁରି ପଢନ୍ତୁ
ନିର୍ବାଚନ ପୂର୍ବରୁ କେନ୍ଦୁଝରରେ ମେଗା ଇସ୍ପାତ କାରଖାନା କରିବାର ଦିବା ସ୍ବପ୍ନ ଦେଖାଇ ଜିଲ୍ଲାବାସୀଙ୍କୁ ରାଜ୍ୟ ସରକାର ଠକିଥିବା କହିଛି ଯୁବମୋର୍ଚ୍ଚା । ସେହିପରି ରାଜ୍ୟକୁ ସର୍ବାଧିକ ରାଜସ୍ବ ଦେଉଥିବା କେନ୍ଦୁଝର ଜିଲ୍ଲାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାରେ ରାଜ୍ୟ ସରକାର କେତେ ସଫଳ ତାର ମଧ୍ୟ ହିସାବ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ବାନ କରିଛି ଯୁବମୋର୍ଚ୍ଚା ।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ ।