ବିପଦ ସଂକେତ ୫୪.୬୦ମିଟର ରହିଥିବାବେଳେ କାଶୀନଗରଠାରେ ଜଳସ୍ତର ୫୪.୮୫ମିଟର ରହିଛି । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମ୍. ଭି-96 ପୋଲ ଉପରେ 5 ଫୁଟର ପାଣି ପ୍ରବାହିତ ହେଉଛି । ଫଳରେ କାଲିମେଳାଠୁ ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିପରି ବଲାଙ୍ଗିରରେ ଲଗାଣ ବର୍ଷାରେ ସ୍ଥିତି ବେହାଲ। ଡ୍ରେନ ଜାମ ହେବା ପରେ ରାସ୍ତାରେ ଚାଲୁଛି ଆଣ୍ଠୁଏ ଉଚ୍ଚର ପାଣି। ସ୍ଥିତି ଏମିତି ଯେ ମା ସମଲେଇ ମନ୍ଦିର ପରିସରରେ ଚାଲୁଛି 2ରୁ ତିନି ଫୁଟ ଉଚ୍ଚର ପାଣି । ସେହିପରି ବେନକେରା ସୁଖାଜୋର ପୋଲ ଉପରେ ୪ ଫୁଟ ପାଣି ପ୍ରବାହିତ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଜିଲ୍ଲାର ସମସ୍ତ ବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ର ଛୁଟି ଘୋଷଣା କଲେ ଜିଲ୍ଲାପାଳ। ପ୍ରଶାସନ ପକ୍ଷରୁ ପ୍ରବଳ ବର୍ଷା ଓ ବନ୍ୟା ଆଶଙ୍କାରେ ଟୋଲ ଫ୍ରି ନଂ ଜାରି କରାଯାଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: