ଘନ କୁହୁଡିର ଆସ୍ତରଣରେ ସମଗ୍ର ସହର ଘୋଡି ହୋଇ ରହିଛି । ସକାଳ ୯ ଟା ପର୍ଯ୍ୟନ୍ତ କୁହୁଡି ଲାଗୁଥିବା ଫଳରେ ଗାଡି ମଟର ଯାତାୟାତରେ ବାଧା ସୃଷ୍ଟି ହୋଇଛି । ଜାଡର ମାଡରୁ ରକ୍ଷା ପାଇବାକୁ ଲୋକେ ଶାରିରୀକ ବ୍ୟାୟାମ କରୁଥିବା ଦେଖିବାକୁ ମିଳିଛି ।
କଲବଲ କରୁଛି ଜାଡ, ସୁବର୍ଣ୍ଣପୁରରେ ଅସହ୍ୟ ହେଉଛି ଶୀତ

ସୁବର୍ଣ୍ଣପୁର: କଲବଲ କରୁଛି ଜାଡ । ଲଗାତାର ଭାବେ ପାରଦ ଖସୁଥିବାବେଳେ ଅସହ୍ୟ ଶିତ ଅନୁଭୁତ ହେଉଛି ସୁବର୍ଣ୍ଣପୁରରେ । ସକାଳୁ ସକାଳୁ ଘନକୁହୁଡି ପାଇଁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି ।ଗୋଟିଏ ସପ୍ତାହ ହେଲା ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରିରୁ ତଳକୁ ରହୁଛି । ତେବେ ଗତକାଲି ଆହୁରି କମିକି ୭.୬ ଡିଗ୍ରି ସେଲସିଅସ ତାପମାତ୍ରା ଜିଲ୍ଲାରେ ରେକର୍ଡ କରାଯାଇଛି ।
Download Argus News App
