କଟକରେ ଦେଖିବାକୁ ମିଳିଛି ଏହି ଘଟଣା। କଟକରେ ରହୁଥିବା ଜଣେ ବ୍ୟକ୍ତି ଫୁଡ ଡେଲିଭରି ସଂସ୍ଥା ପକ୍ଷରୁ ଦୁଇ ପିସ୍ ଟାଙ୍ଗରି କବାବ ଅର୍ଡର କରିଥିଲେ। ହେଲେ ଯେତେବେଳେ ଅର୍ଡର ଟି ଆସିଲା ବ୍ୟକ୍ତି ଜଣଙ୍କ ଖୋଲି ଦେଖିଲା ବେଳକୁ ଗୋଟେ ପିସ୍ ରହିଛି। ଦୁଇ ପିସ୍ କବାବର ଦାମ ୧୭୫ ଥିବାବେଳେ ଅଫସ ପ୍ରାଇସ ହୋଇ ୮୨ ଟଙ୍କା ଥିଲା। ହେଲେ ବ୍ୟକ୍ତି ଜଣଙ୍କ ଅଭିଯୋଗ କରିଛନ୍ତି କି ମୁଁ ଦୁଇ ପିସ ଅର୍ଡ ଦେଇଥିବାବେଳେ ମୋର ଗୋଟେ ପିସ୍ ଆସିଅଛି।
ଏହି ଭଳି ଭାବରେ ଲୋକଙ୍କୁ ଠକୁଛନ୍ତି ଫୁଡ ଡେଲିଭରି ସଂସ୍ଥାମାନ। ଏହି ଭିଡିଓ ଦେଖିବା ପରେ ଆପଣ ପ୍ରକୃତ ଘଟଣା ବିଚାର କରନ୍ତୁ ବୋଲି ବ୍ୟକ୍ତି ଜଣଙ୍କ କହିଥିଲେ।ଏହି ଭିଡିଓକୁ ନେଇ ଖାଉଟି କମିଶନଙ୍କ ଦ୍ୱାରସ୍ଥ ହେବା ପରେ କମିଶନର ମାମଲାକୁ ବିଚାର କରି ସମ୍ପୃକ୍ତ ସଂସ୍ଥାକୁ ଫାଇନ ଗଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଓଡିଶା ଖବର ଆହୁରି ପଢନ୍ତୁ