ଏହି ପ୍ରସଙ୍ଗରେ ପ୍ରେସମିଟରେ ବିଜେଡିକୁ ସିଧାସିଧି ଟାର୍ଗେଟ କରିଛି କଂଗ୍ରେସ। ଦଳ କହିଛି ନିର୍ବାଚନକୁ ଆଖି ଆଗରେ ରଖି ଟଙ୍କା ବାଣ୍ଟିଛନ୍ତି ରାଜ୍ୟ ସରକାର । କେବଳ ଗଣମାଧ୍ୟମ ଆଗରେ ବିଭ୍ରାନ୍ତି କର ତଥ୍ୟ ଦେଇଛନ୍ତି । ବିପିଏଲ ଶ୍ରେଣୀର ଲୋକଙ୍କ ପାଇଁ ମୋ କୁଡ଼ିଆ ଯୋଜନା 2008-09ରେ ଆରମ୍ଭ କରିଥିଲେ । ପ୍ରଥମେ ଘୋଷଣା କରିଥିଲେ 10 ଲକ୍ଷ ପରିବାର ପାଇଁ ଘର ଦିଆଯିବ । 2012 ରେ 15 ଲକ୍ଷ ପରିବାରକୁ ପକ୍କା ଘର ଦେବାକୁ କହିଲେ । 2013ରେ 25 ଲକ୍ଷ ପରିବାର ପାଇଁ ଘର କଥା କହିଲେ । ତେବେ ଏ ପର୍ଯ୍ୟନ୍ତ ମାତ୍ର 12 ଲକ୍ଷ ଘର ନିର୍ମାଣ ହୋଇଛି ।
ଆଉ 13 ଲକ୍ଷ ଘର ନିଜସ୍ୱ ଯୋଜନାରେ କରି ପାରିନାହାଁନ୍ତି । କିନ୍ତୁ 32 ଲକ୍ଷ 13 ହଜାର ଘର ନିର୍ମାଣ ସରିଛି ବୋଲି କହିଛନ୍ତି ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ 16 ଲକ୍ଷ 17 ହଜାର ଘର ନିର୍ମାଣ ହୋଇଛି । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ 25 ଲକ୍ଷ 82 ହଜାର ପରିବାରକୁ ପକ୍କା ଘର ଦେବେ ବୋଲି ଚିହ୍ନଟ କରିସାରିଛନ୍ତି । ଆଉ 8 ଲକ୍ଷ 83 ହଜାର ପରିବାର ଙ୍କୁ କାହିଁକି ଘର ମିଳୁନାହିଁ ବୋଲି ପ୍ରଶ୍ନ କରିଛି କଂଗ୍ରେସ ।