ଭୋଇସେବକ ଅକ୍ଳାନ୍ତ ଶାରିରୀକ ଶ୍ରମ କରି ରଥନିର୍ମାଣରେ ବ୍ୟବହୃତ ସମସ୍ତ କାଠ ବୋହିବା ସହ ଖଞ୍ଜାଖଞ୍ଜି କରୁଛନ୍ତି। ତେବେ ନବକଳେବର ପୂର୍ବରୁ ବାଲେଶ୍ୱର ରେମୁଣାର ଜଣେ ବଦାନ୍ୟ ବ୍ୟକ୍ତି ରସାନନ୍ଦ ବିନ୍ଧାଣି ଏହି ଶଗଡି ଦାନ କରିବା ପରେ ରଥନିର୍ମାଣ ଶରଳୀକରଣ ହେବାସହ ଭୋଇ ସେବାୟତ ମାନଙ୍କ ପାଇଁ ପରିଶ୍ରମ କମ୍ ପଡୁଥିବା ଭୋଇ ସର୍ଦ୍ଦାର ଓ ନନ୍ଦିଘୋଷ ରଥର ମୁଖ୍ୟ ଭୋଇ ସେବାୟତ କାର୍ତ୍ତିକ ଭୋଇ କହିଛନ୍ତି।ସେହିପରି ପୂର୍ବରୁ ଖପୁରିଆ କରତକଳରେ କାଠ ଚିରଟ ସହ ରଥଖଳାରେ ମେସିନ ନୁହେଁ ବଂର ହାତ ଦ୍ୱାରା ତୁମ୍ବରେ ବିନ୍ଧ କରାଯାଉଥିଲା।
ଏହା ଯୋଗୁ ଚକନିର୍ମାଣ ସମୟ ସାପେକ୍ଷ ଥିଲା। କିନ୍ତୁ ମହାପ୍ରଭୁଙ୍କ ଇଛା ଓ ନିର୍ଦ୍ଦେଶରେ ରଥନିର୍ମାଣରେ ଶଗଡି ଓ ତୁମ୍ବ ମେସିନର ବ୍ୟବହାର ହେଲା। ମହାପ୍ରଭୁ ମଣିଷକୁ ଯେଭଳି ତାଙ୍କ କାମ କରିବାର ସୁଯୋଗ ଦେଇଛନ୍ତି ସେହିଭଳି ଶଗଡି ଓ ତୁମ୍ବ ମେସିନ୍ ମଧ୍ୟ ପରୋକ୍ଷରେ ମହାପ୍ରଭୁଙ୍କର ହିଁ ସେବା କରୁଛି। ରଥର ପ୍ରାରମ୍ଭିକ ଅଂଶ ଚକ ଠାରୁ ଆରମ୍ଭ କରି ବ୍ରେକ୍ ଓ ଉପରିଭାଗର ପ୍ରତ୍ୟକ ଅଂଶ ନିର୍ମାଣରେ ଏହି ଶଗଡି ବ୍ୟବହୃତ ହୋଇଥାଏ। ସେପଟେ ରଥନିର୍ମାଣ ପାଇଁ ଉଭୟ ଶଗଡି ଓ ତୁମ୍ଭ ବିନ୍ଧ ମେସିନ୍ ଦାନ କରିଥିବା ରସାନନ୍ଦ ମହାପ୍ରଭୁଙ୍କ ଇଚ୍ଛା ଯୋଗୁଁ ଏହା ସମ୍ଭବ ବୋଲି କହିଥିବା ବେଳେ ରଥନିର୍ମାଣରେ ସେ ନିଜକୁ ସାମିଲ କରି ଭାଗ୍ୟବାନ ମନେ କରିଛନ୍ତି।
କେବଳ ଯେ ମହାରଣା କୂଳରେ ଜନ୍ମ ହେଲେ ମହାପ୍ରଭୁଙ୍କ କାମ କରିବାର ସୁଯୋଗ ମିଳିବ ତାହା ନୁହେଁ ବରଂ ପରୋକ୍ଷ ଭାବେ ମେସିନ୍ ଓ ଶଗଡି ମଧ୍ୟ ମହାପ୍ରଭୁଙ୍କ କାମରେ ନିୟୋଜିତ ହୋଇ ବେଶ୍ ସାନିଧ୍ୟ୍ୟ ପ୍ରାପ୍ତ ହୋଇଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର: