ଅଙ୍ଗନବାଡି ଦିଦିଙ୍କ କାନ୍ଦକାନ୍ଦ ମୁହଁର ଏ କଥା, ବରଗଡ଼ ଜିଲ୍ଲାର ସ୍ୱାସ୍ଥ୍ୟ ସେବାର ଏ ବିକଳ ଚିତ୍ରକୁ ବଖାଣୁଛି । ରାତିସାରା ହସ୍ପିଟାଲ ପରିସରରେ ଥିବା ଗଛ ମୂଳେ ବସି ରହିଛନ୍ତି କରୋନା ଆକ୍ରାନ୍ତ ମହିଳା । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ କୋଭିଡ ପରିଚାଳନାର ଏ ହେଉଛି ଅସଲ ଚିତ୍ର।
ଅଏଁଲାଭଟା ଗାଁର ଅଙ୍ଗନୱାଡ଼ି କର୍ମୀଙ୍କ ୨ ଦିନ ତଳେ ଗୋଡ ଭାଙ୍ଗି ଯାଇଥିଲା । ଗତକାଲି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସନ୍ଧ୍ୟାରେ ସ୍ୱାମୀଙ୍କ ସହ ସେ ପଦ୍ମପୁର ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । ସେଠାରେ ତାଙ୍କର କୋଭିଡ ରିପୋର୍ଟ ପଜିଟିଭ ଆସିଥିଲା ।
ହେଲେ ତାଙ୍କୁ କୋଭିଡ କେୟାର ସେଣ୍ଟର ଯିବାକୁ ନ କହି ଡାକ୍ତର ଆସିବା ଯାଏଁ ଅପେକ୍ଷା କରିବା ପାଇଁ କୁହାଯାଇଥିଲା । ଫଳରେ ରାତି ସାରା ସେମାନେ ହସ୍ପିଟାଲ ପରିସରରେ ଥିବା ଗଛ ତଳେ ବସି ରହିଥିଲେ । ରାଜ୍ୟ ସରକାର ଅଙ୍ଗନୱାଡ଼ି କର୍ମୀଙ୍କୁ କରୋନା ଯୋଦ୍ଧାର ଆଖ୍ୟା ଦେଇଥିବାବେଳେ ସେମାନେ ସ୍ୱାସ୍ଥ୍ୟ ସେବାରୁ ଏଭଳି ବଞ୍ଚିତ ହେବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି ।