ଦୀର୍ଘ ସମୟ ଆନ୍ଦୋଳନ ପରେ ବନବିଭାଗର କର୍ମଚାରୀମାନେ ପହଁଞ୍ଚିଥିଲେ ଘଟଣାସ୍ଥଳରେ। ଆଉ ପ୍ରସ୍ତୁତି କରିଥିଲେ ମାଙ୍କଡ଼କୁ ଧରିବା ପାଇଁ। କିନ୍ତୁ ସଫଳ ହୋଇନଥିଲେ ଚେଷ୍ଟା। ବନ ବିଭାଗ ଉକ୍ତ ପାଗଳ ମାଙ୍କଡ଼ଟିକୁ ଧରିବାକୁ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଧାରଣା ପ୍ରତ୍ୟାହୃତ କରିଥିଲେ ।
ଆତଙ୍କ ରଚାଇଛି ପାଗଳ ମାଙ୍କଡ

କଟକ: ଆତଙ୍କ ରଚାଇଛି ପାଗଳ ମାଙ୍କଡ। ଆଠଗଡ଼ ବ୍ଲକ ନୂଆଶାସନ ଗାଁରେ ପାଗଳ ମାଙ୍କଡ଼ର ଆତଙ୍କ । ମାଙ୍କଡର ପାଗଳାମି ଦେଖି ଗାଁ ଲୋକେ ଭୟରେ ଇତଃସ୍ତତ। ଶେଷରେ ଗ୍ରାମବାସୀ ଅତିଷ୍ଠ ହୋଇ ମାଙ୍କଡର ଆତଙ୍କରୁ ରକ୍ଷା ପାଇବା ପାଇଁ ଓହ୍ଲାଇଥିଲେ ରାଜରାସ୍ତାକୁ ।
Download Argus News App
