ସମସ୍ତ ଅଭିଯୁକ୍ତଙ୍କ ଘର ମୟୁରଭଞ୍ଜ ବେତନଟୀ ଅଞ୍ଚଳରେ । ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ବିଶାଲ ଖଣ୍ଡେଲଓ୍ବାଲ ଥିବା ବେଳେ ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କ ପାଖରେ ସାଇବର ସମ୍ପର୍କିତ ଗଭୀର ଜ୍ଞାନ ଥିଲା । ଏହି ସାଇବର ଠକମାନେ ମେସେଜ ପଠାଇବା ପାଇଁ ସିମ୍ ବକ୍ସର ବ୍ୟବହାର କରୁଥିଲେ । ସିମ ବକ୍ସ ହେଉଛି ଶହଶହ ସିମକୁ ଆସେମ୍ଲ କରି ପ୍ରସ୍ତୁତ ହୋଇଥିବା ଏମିତି ଏକ ଡିଭାଇସ୍ ଯାହା ଜରିଆରେ ଅପେକ୍ଷାକୃତ କମ ସମୟ ମଧ୍ୟରେ ଅଧିକ ଲୋକଙ୍କୁ ମେସେଜ ପଠାଯାଇପାରିବ ।
ଏମାନଙ୍କ ପାଖରୁ ଦୁଇଟି ସିମ ବକ୍ସ ଜବତ ହୋଇଛି । ଏବଂ ପ୍ରତି ସିମ୍ ବକ୍ସରେ 512 ଲେଖାଏଁ ସିମ ଖଞ୍ଜା ଯାଇଥିଲା । ଏବଂ ଏହି ସିମ ବକ୍ସ ଏକ ଘଣ୍ଟାରେ 55 ହଜାର 600ଟି ମେସେଜରେ ପୁସ କରୁଥିଲା । ଏହି ଗ୍ୟାଙ୍ଗ ଦିନକୁ ସାଢେ 6 ଲକ୍ଷ କରି ପାଖରେ ଥିବା ଦୁଇଟି ସିମ ବକ୍ସ ଜରିଆରେ ଦୈନିକ ପ୍ରାୟ 13 ଲକ୍ଷ ମୋବାଇଲକୁ ଫେକ୍ ମେସେଜ କରୁଥିଲେ । ଏବଂ ଯେଉଁମାନେ ଏହି ଫେକ ମେସେଜର ଉତ୍ତର ଦେଉଥିଲେ । ସେମାନଙ୍କ ଠାରୁ ବିଭିନ୍ନ ସେବା ପ୍ରଦାନ କରିବା ଆଳରେ ଅର୍ଥ ଠକୁଥିଲେ ଏହି ଅଭିଯୁକ୍ତ ।
KYC ଅପଡେଟ କରିବା ଆଳରେ ଓଡ଼ିଶାରୁ ଦେଶର ବିଭିନ୍ନ ସ୍ଥାନର ଲୋକଙ୍କ ପାଖକୁ ଆସୁଥିବା ସନ୍ଦିଗ୍ଧ ମେସେଜ ଆସୁଥିବା ଜାଣିବା ପରେ କେନ୍ଦ୍ରିୟ ଟେଲିକମ୍ୟୁନିକେସନ ମନ୍ତ୍ରଣାଳୟ ଏହି ମାମଲା ତଦନ୍ତ କରିବା ପାଇଁ ଓଡ଼ିଶା କ୍ରାଇମବାଞ୍ଚକୁ ନିର୍ଦ୍ଦେଶ ଦେଇଥିଲା ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।