ଗୋପାଳର ବଡ଼ ଭାଇଙ୍କଠାରୁ ମଧ୍ୟ ମିଳିପାରେ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ। ବଡ଼ ଭାଇଙ୍କୁ କାରଣ କ୍ରାଇମବ୍ରାଞ୍ଚ ଉଠାଇ ନେବାର 24 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ହେଲାଣି । କୁହାଯାଉଛି ହତ୍ୟା ଦିନ ହିଁ ଗୋପାଳଙ୍କ ଭାଇ ବ୍ରଜରାଜନଗରରୁ ଗାଁକୁ ଫେରିଥିଲେ । ନବ ଦାସଙ୍କୁ ଗୁଳି କରି ହତ୍ୟା ମାମଲା । ଅଭିଯୁକ୍ତ ପୋଲିସ ASI ଗୋପାଳଙ୍କୁ ରାତି ଅଧିଆ ତନାଘନା। ବିଳମ୍ବିତ ରାତିରେ କ୍ରାଇମବ୍ରାଞ୍ଚ ଓ ପୋଲିସ ଟିମ ମିଶି କରିଛନ୍ତି ଅପରେସନ। ଝାରସୁଗୁଡ଼ା ତାଲପଟିଆସ୍ଥିତ ବିମାନ ବନ୍ଦର ଥାନାକୁ ଯାଇ ରାତିଅଧିଆ ତଦନ୍ତ କରିଛନ୍ତି ଖୋଦ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ।
ନବ ଦାସଙ୍କୁ ଗୁଳି କରି ହତ୍ୟା ମାମଲା

ଅର୍ଗସ ବ୍ୟୁରୋ: ଗୋପାଳ ଦାଶଙ୍କ ଚିକିତ୍ସା ସମ୍ପର୍କରେ ଡାକ୍ତରଙ୍କ ସହ ଆଲୋଚନା କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଏମକେସିଜି ମେଡିକାଲ କଲେଜ ଯାଇ ତଦନ୍ତ କରିଛି ଟିମ୍ । ଡିନଙ୍କ ସହ କଥା ହୋଇଥିବା ଜଣାପଡ଼ିଛି । ପରେ ଗୋପାଳଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଡାକି ପଚରାଉଚରା କରିଥିବା ସୂଚନା। ବର୍ତ୍ତମାନ ମଧ୍ୟ ବ୍ରହ୍ମପୁରରେ ଗୋଟିଏ କ୍ରାଇମବ୍ରାଞ୍ଚ ଟିମ ରହିଛି ।
Download Argus News App
