ଅଭିଯୁକ୍ତ ମନୋଜ ସହ ବିଜେଡିର ହେଭିଓ୍ବେଟ ନେତାଙ୍କ ଫଟୋ ଭାଇରାଲ ହୋଇଥିଲା। କ୍ରାଇମବ୍ରା଼ଞ୍ଚର ପୁରୁଣା ରେକର୍ଡ ଖରାପ ଥିଲାବେଳେ ଏହି ତଦନ୍ତ କେମିତି ହେବ ତାକୁ ନେଇ ଉଠିଛି ପ୍ରଶ୍ନ।
ଅଧିକ ପଢନ୍ତୁ ଓଡିଶା ଖବର
ଅର୍ଗସ ବ୍ୟୁରୋ : ବଲାଙ୍ଗିରରେ ଫେକ୍ ସାର୍ଟିଫିକେଟ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ଡିଏସପିଙ୍କ ନେତୃତ୍ବରେ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ଗଠନ। ଆଜି ବଲାଙ୍ଗିର ଯିବ କ୍ରାଇମବ୍ରାଞ୍ଚ ଟିମ୍। ରାଜ୍ୟ ବାହାରକୁ ମଧ୍ୟ ଫେକ୍ ସାର୍ଟିଫିକେଟ ଚେର ଲମ୍ବିଥିବାରୁ ଦରକାର ପଡିଲେ ରାଜ୍ୟ ବାହାରକୁ ମଧ୍ୟ ଯାଇପାରେ କ୍ରାଇମବ୍ରାଞ୍ଚ। ଭାରତର ପ୍ରାୟ ୪୧ଟି ବିଶ୍ବବିଦ୍ୟାଳୟର ଫେକ୍ ସାର୍ଟିଫିକେଟ ବଲାଙ୍ଗିରରେ ପ୍ରିଣ୍ଟକରି ବିକ୍ରି କରୁଥିଲେ ମନୋଜ ମିଶ୍ର ଓ ସହଯୋଗୀ ଆଲୋକ ଉଦଗାତା। ଏନେଇ ବଲାଙ୍ଗିର ପୋଲିସ ବହୁ ଫେକ୍ ସାର୍ଟିଫିକେଟ ଓ ମାର୍କସିଟ ମଧ୍ୟ ଜବତ କରି ମୋଟ ୧୯ ଜଣକୁ ଗିରଫ କରିସାରିଛି।
ଅଭିଯୁକ୍ତ ମନୋଜ ସହ ବିଜେଡିର ହେଭିଓ୍ବେଟ ନେତାଙ୍କ ଫଟୋ ଭାଇରାଲ ହୋଇଥିଲା। କ୍ରାଇମବ୍ରା଼ଞ୍ଚର ପୁରୁଣା ରେକର୍ଡ ଖରାପ ଥିଲାବେଳେ ଏହି ତଦନ୍ତ କେମିତି ହେବ ତାକୁ ନେଇ ଉଠିଛି ପ୍ରଶ୍ନ।
ଅଧିକ ପଢନ୍ତୁ ଓଡିଶା ଖବର
ଭୁବନେଶ୍ୱର: ରାଜ୍ୟରେ ଏମିତି ଚାଲିଛି ଧନ୍ଦାମୂଳକ ଶିକ୍ଷା ବ୍ୟବସ୍ଥା । ଟଙ୍କା ନେଇ ଉପରିସ୍ଥ ଅଧିକାରୀ ଆଶାୟୀଙ୍କୁ ଦେଉଛନ୍ତି ଚାକିରି । ପୁଣି ଚୁକ୍ତି ମୁତାବକ ପଇସା ଦେଇନପାରିଲେ ଚାକିରିରୁ ବାହାର କରୁଛନ୍ତି । ଉପରିସ୍ଥ ଅଧିକାରୀ ଧମକ ମଧ୍ୟ ଦେଉଛନ୍ତି, ଅଭିଯୋଗ କଲେ ବି ତାଙ୍କର କେହି କିଛି କରିପାରିବେନି ବୋଲି କହୁଛନ୍ତି ।
ପୁଣି ବିଭାଗରେ ତଳୁ ଉପର ଯାଏ ସମସ୍ତେ ପଇସା ଖାଉଥିବା ସ୍ବୀକାର ମଧ୍ୟ କରୁଛନ୍ତି । ଆମେ ଆପଣଙ୍କୁ ଏହାର ପ୍ରମାଣ ମଧ୍ୟ ଦେଉଛୁ । ଶୁଣନ୍ତୁ ଏବେ ଛଟେଇ ହୋଇଥିବା ଧନ୍ଦାମୂଳକ ପ୍ରଶିକ୍ଷକ ମୟୂରଭଞ୍ଜ ଜିଲ୍ଲାର ସମ୍ବିତ ନାଏକ ଓ ଆସେନସିଭ ଡିରେକ୍ଟର ସୌମ୍ୟରଞ୍ଜନ ସାହୁଙ୍କ ମଧ୍ୟରେ ଫୋନ ବାର୍ତ୍ତାଳାପ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଡିଜେ ଆଜେକ୍ସ ମୃତ୍ୟୁ ମାମଲା। ତଦନ୍ତର ଅଗ୍ରଗତି ନେଇ ରିପୋର୍ଟ ମାଗିଲେ ହାଇକୋର୍ଟ। ପୋଲିସ ନିଷ୍କ୍ରୟତା ନେଇ ହାଇକୋର୍ଟରେ ଦାୟର ମାମଲାର ଶୁଣାଣୀ କରି ତଦନ୍ତର ଅଗ୍ରଗତି ରିପୋର୍ଟ ମାଗିଛନ୍ତି କୋର୍ଟ। ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାରଙ୍କ ମୃତ୍ୟୁର ତଦନ୍ତର ଅଗ୍ରଗତି ନେଇ ହାଇକୋର୍ଟଙ୍କୁ ଅବଗତ କରାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ।
ଡିଜେ ଆଜେକ୍ସଙ୍କ ମାଁ ଲକ୍ଷ୍ମୀପ୍ରିୟା ମହାରଣାଙ୍କ ପକ୍ଷରୁ ଦାୟର ପୋଲିସ ନିଷ୍କ୍ରିୟତା ମାମଲାର ଶୁଣାଣୀ କରି ବିଚାରପତି ଗୌରୀଶଙ୍କର ଶତପଥୀଙ୍କ ଅବକାଶକାଳୀନ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଡିଜେ ଆଜେକ୍ସଙ୍କ ମୃତ୍ୟୁ ନେଇ ଖାରବେଳନଗର ଥାନାରେ ଏତଲା ଦିଆଯାଇଥିଲା। ଆସନ୍ତା ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ।
ଅଧିକ ପଢନ୍ତୁ ଓଡିଶା ଖବର
କନ୍ଧମାଳ: ଫିରିଙ୍ଗିଆ ପୋଲିସକୁ ବଡ଼ ସଫଳତା । ପୋଲିସ ନାଁରେ ଡକାୟତ କରୁଥିବା ୮ ନକଲି ପୋଲିସ ଗିରଫ । ସେମାନଙ୍କଠାରୁ ୪ଟି ଦେଶୀ ବନ୍ଧୁକ ସହିତ ମାଉଜର, ଗୁଳି, ପୋଲିସ ପୋଷାକ, ୨ଟି ଗାଡ଼ି ଜବତ ହୋଇଛି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ଏକ ନକଲି ପୋଲିସ ଗ୍ୟାଙ୍ଗ୍ । ଫିରିଙ୍ଗିଆ ଥାନା ପାଙ୍ଗା ଉପରସାହି ପଞ୍ଚାୟତର ବାଲିଗଟା ଅଞ୍ଚଳରେ ଗତ ମଙ୍ଗଳବାର ରାତିରେ ନିଜକୁ ପୋଲିସ ବୋଲି ପରିଚୟ ଦେଇ ଗଞ୍ଜେଇ ଧରିବାକୁ ଆସି ଏହି ଗ୍ୟାଙ୍ଗ୍ ଗାଁର ବିଭିନ୍ନ ଘରେ ପଶି ଟଙ୍କା, ପଇସା, ସୁନାଗହଣା ଲୁଟ୍ କରୁଥିଲେ ।
ଗ୍ରାମବାସୀ ମାନେ ସନ୍ଦେହ କରି ଥାନାକୁ ଫୋନ କରିଥିବା ବେଳେ ଗାଁକୁ ପୋଲିସ ବେଶରେ ଡକାୟତ ଦଳ ଆସିଥିବା ଜାଣି ପାରି ସେମାନଙ୍କୁ କାବୁ କରିବା ବେଳେ ଡକାୟତ ମାନେ ବନ୍ଧୁକ ମାଉଜର ଦେଖାଇ ପାଖ ଜଙ୍ଗଲକୁ ଦୌଡ଼ି ପଳାଇ ଥିଲେ । ୨ ଜଣ ଡକାୟତଙ୍କୁ ଗ୍ରାମବାସୀ ଧରି ପୋଲିସରେ ଜିମା ଦେଇଥିଲେ । ତା ପର ଦିନ ପୋଲିସ ଗାଁ ନିକଟ ଜଙ୍ଗଲରୁ ଆଉ ୬ ଜଣ ଡକାୟତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନଙ୍କ ନାଁରେ ଜିଲ୍ଲା ସମେତ ଜିଲ୍ଲା ବାହାରେ ମଧ୍ୟ ବିଭିନ୍ନ ଚୋରି ଡକାୟତି ଓ ଅପରାଧିକ ମାମଲା ଥିବା ପୋଲିସ ସୂଚନା ଦେଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର