ରଂଜନଙ୍କ ମୃତ୍ୟୁ ଘଟଣାର ତଦନ୍ତ ଗୋପନୀୟ ଢଙ୍ଗରେ ତଥା ସମସ୍ତ ଦିଗକୁ ପରିସରଭୁକ୍ତ ନକରି ପୋଲିସ ତଦନ୍ତ ସମ୍ପୂର୍ଣ୍ଣ କରିଥିବା ଦାବି କରିଥିଲା । ପ୍ରସଂଗକୁ ନେଇ ହାଇକୋର୍ଟ ଘଟଣାର ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ସୂଚନା ଅଧିକାର କର୍ମୀ ରଂଜନ କୁମାର ଦାସଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବ କ୍ରାଇମ୍ବ୍ରାଞ୍ଚ। ଏନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ ତଦନ୍ତ ପ୍ରକ୍ରିୟାରେ ଅସେନ୍ତାଷ ବ୍ୟକ୍ତ କରି ରଂଜନଙ୍କ ବାପା ଲକ୍ଷ୍ମୀଧର ଦାସ ଓ ଅନ୍ୟ ଜଣେ ବ୍ୟକ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି ସମୟରେ ରଂଜନଙ୍କ ମୃତ୍ୟୁ ଘଟଣା ସଂପର୍କିତ ଭିଡିଓ କ୍ଲିପରୁ ପୋଲିସ ତଦନ୍ତ ଠିକ୍ ଭାବେ କରି ନଥିବା ସ୍ପଷ୍ଟ ହୋଇଥିଲା।