ମାତ୍ର କୋର୍ଟ ରେଫେରାନ୍ସ ହୋଇଥିବାରୁ ଆଜି ଏହାର ଶୁଣାଣି କରାଯିବ। ଏହି ମାମଲାରେ ଆଜି ସାକ୍ଷଗ୍ରହଣ କରାଯିବ। ତତ୍କାଳୀନ ଥାନାଧିକାରୀ ତଥା ତଦନ୍ତକାରୀ ଅଧିକାରୀ ଅଜୟ ଦାସଙ୍କ ସାକ୍ଷଗ୍ରହଣ କରାଯିବ।
ତେବେ ଗତକାଲି ଏହି ପ୍ରକ୍ରିୟା ଅଧା ରହିଥିଲା। ବହୁ ଚର୍ଚ୍ଚିତ ଖୁଣ୍ଟକଟା ଫାର୍ମ ହାଉସରେ ଦିପୁ ଓମଙ୍କୁ ପିଟି ପିଟି ହତ୍ୟା କରାଯିବା ପରେ ସେମାନଙ୍କ ମୃତଦେହ ଝାଡ଼ଖଣ୍ଡରେ ପୋଡି ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ତତ୍କାଳୀନ ଚାଉଳିଆଗଞ୍ଜ ଥାନାଧିକାରୀ ଘଟଣାର ତଦନ୍ତ କରୁଥିଲେ। ତେବେ ଦିପୁ ଓମ ହତ୍ୟା ଘଟଣାରେ ଏହା ଶେଷ ସାକ୍ଷଗ୍ରହଣ ବୋଲି ଜଣାପଡିଛି।