ଦୁବାଇରୁ ତାଙ୍କ ଶବ ଆଣିବାରେ ଡ଼ ଅରୁଣ କୁମାର ପ୍ରହରାଜ ସହଯୋଗ କରିଥିଲେ। ଦୁବାଇରେ ଭାରତର ହାଇକମିଶନର ଶ୍ରୀ ଅମାନ ପୁରୀ ଏବଂ କମ୍ପାନୀ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ପ୍ରାୟ ତିନି ଦିନର ଉଦ୍ୟମ ପରେ ପୋଷ୍ଟମର୍ଟମ ରିପୋର୍ଟ ସହ କର୍ତ୍ତୃପକ୍ଷଙ୍କଠାରୁ ଆବଶ୍ୟକ କ୍ଲିୟରାନ୍ସ ମିଳିଥିଲା। ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ଘଟିଛି।
ଆହୁରି ଅଧିକ ଓଡ଼ିଶା ଖବର ପଢ଼ନ୍ତୁ...
ଦୁବାଇରୁ ଫେରିଲା ପ୍ରବାସୀ ଓଡ଼ିଆଙ୍କ ମୃତଦେହ

ଅର୍ଗସ ବ୍ୟୁରୋ: ଦୁବାଇରୁ ଫେରିଲା ପ୍ରବାସୀ ଓଡ଼ିଆଙ୍କ ମୃତଦେହ। କେନ୍ଦ୍ରାପଡାର ଜଣେ ବ୍ୟକ୍ତି ୯ ଏପ୍ରିଲରେ ମୃତ୍ୟୁବରଣ କରିଥିଲା ବେଳେ ତାଙ୍କ ମରଶରୀର ଓଡିଶାକୁ ଫେରୁଛି। ସେ ଦୁବାଇର ଏକ କମ୍ପାନୀରେ ଡ୍ରାଇଭର ଥିଲେ। ସେ ରହୁଥିବା କ୍ୱାର୍ଟରରେ ଗାଧୋଇବା ପାଇଁ ବାଥରୁମକୁ ଯିବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ହଠାତ୍ ତଳେ ପଡ଼ିଯାଇ ହୃଦଘାତରେ ମୃତ୍ୟୁ ହୋଇଥିଲା।
Download Argus News App
